ଇସ୍କନ ଭକ୍ତଙ୍କ ଦ୍ଵାରା ରାମନବମୀ ପାଳିତ

0
54
ଇସ୍କନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୮/୪) : ଆଜି ପବିତ୍ର ରାମନବମୀ । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୂ ଶ୍ରୀରାମ ଙ୍କ ଜନ୍ମ ଉତ୍ସବ ।WhatsApp Image 2024 04 18 at 12.21.00 ଇସ୍କନ ଭକ୍ତଙ୍କ ଦ୍ଵାରା ରାମନବମୀ ପାଳିତ

ଏହି ଅବସରରେ ଗୁଣପୁର ଶାନ୍ତି ନଗର , ଲେନ – ୨ ଠାରେ ଇସ୍କନ ଭକ୍ତଙ୍କ ଦ୍ଵାରା ରାମନବମୀ ମହାସମାରୋହରେ ପାଳିତ ହୋଇଯାଇଛି । ଇସ୍କନ ଭକ୍ତ ଶ୍ରୀ ସୁରେଶ ଡାକୁଆଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଉତ୍ସବରେ ସୋମନାଥ ମହାନ୍ତି, ସେନାପତି ପ୍ରଭୂଜୀ, ଅଶୋକ ଶତପଥୀ, ସନ୍ତୋଷ ପଣ୍ଡା , ଜଗନ୍ନାଥ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ଏହି ଉତ୍ସବକୁ ସୁଦୂର ରାୟଗଡ଼ା ଇସ୍କନ ମନ୍ଦିରର ପରିଚାଳକ ( ବ୍ରହ୍ମଚାରୀ) ସତ୍ୟ ମିଶ୍ର , ସମୀର ପଟ୍ଟନାୟକ ଓ ଶତାଧିକ ଇସ୍କନ ଭକ୍ତ ଯୋଗଦେଇ ରାମନବମୀ ଉତ୍ସବକୁ ଯଥାରୀତି ପାଳନ କରିଥିଲେ । ପ୍ରଭାତରେ ମଙ୍ଗଳ ଆଳତି ପରେ ନଗର କିର୍ତ୍ତନ କରାଯାଇଥିଲା । ଗିନି , ମୃଦଙ୍ଗ ସାଙ୍ଗକୁ ଶ୍ରୀରାମ ଧ୍ବନିରେ ସହରର ଗଳିକନ୍ଦି ପ୍ରକମ୍ପିତ ହୋଇଉଠିଥିଲା । ନଗର କିର୍ତ୍ତନ ପରେ ପ୍ରଭୂ ଶ୍ରୀରାମ ଙ୍କ ମହା ଅଭିଷେକ ରିତିମତେ ସମ୍ପର୍ଣ୍ଣ କରାଯାଇଥିଲା । ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

Leave a Reply