ଗାଧୋଇବାକୁ ଯାଇ ଦୁଇ ଭାଇ ନିଖୋଜ ଘଟଣା; ମିଳିଲା ବଡ଼ ଭାଇର ମୃତଦେହ

0
14
ଗାଧୋଇବା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୧୯/୦୪) : ଯାଜପୁର ରୋଡ୍‌ ଥାନା ଯୋକଡ଼ିଆ ସ୍ଥିତ ଖରସ୍ରୋତା ନଦୀରେ ଗତକାଲି ଗାଧୋଇବା ସମୟରେ ଦୁଇ ଭାଇ ବୁଡି ନିଖୋଜ ଘଟଣାରେ ଆଜି ସକାଳେ ବଡ଼ ଭାଇର ମୃତଦେହ ମଳିଛି ।

ମୃତ ଯୁବକ ଜଣଙ୍କ ହେଲେ ଶାଶ୍ୱତ ସ୍ୱାଇଁ । ସାନ ଭାଇ ସ୍ୱାସ୍ତିକ ସ୍ୱାଇଁଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ । ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛନ୍ତି । ଗତକାଲି ଅପରାହ୍ନରେ ବ୍ୟାସନଗର ଅଞ୍ଚଳରୁ କିଛି ଯୁବକ ଯୋକଡିଆ ସ୍ଥିତ ଖରସ୍ରୋତା ନଦୀକୁ ଗାଧେଇବାକୁ ଯାଇଥିଲେ । ଗାଧେଇବା ସମୟରେ ଶାଶ୍ୱତ ସ୍ୱାଇଁ ଓ ତାଙ୍କ ସାନଭାଇ ସ୍ୱାସ୍ତିକ ବୁଡ଼ିଯାଇ ନିଖୋଜ ହେଇଯାଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଦୁଇ ଭାଇଙ୍କୁ ପାଇ ନଥିଲେ।ଆଜି ସକାଳେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି କରିଥିଲେ । ବଡ଼ ଭାଇ ଶାଶ୍ୱତର ମୃତଦେହ ମିଳିଥିବା ବେଳେ ସାନ ଭାଇ ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ ।

Leave a Reply