କମିସନରେଟ ପୁଲିସ ହାତରେ ସ୍ୱାମୀସ୍ତ୍ରୀ ଗ୍ୟାଙ୍ଗ, ଟେଲିଗ୍ରାମ ଜରିଆରେ ଲୋକଙ୍କୁ ମାରୁଥିଲେ ଚୁନ

0
15
କମିସନରେଟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୯/୦୪) : କମିସନରେଟ ପୁଲିସ ହାତରେ ସ୍ୱାମୀ ସ୍ତ୍ରୀ ଗ୍ୟାଙ୍ଗ । ଗ୍ୟାଙ୍ଗର ୪ ସାଇବର ଠକଙ୍କୁ ଗିରଫ କଲା ସାଇବର ଥାନା ପୁଲିସ

ଗିରଫ ଅଭିଯୁକ୍ତ ମାନେହେଲେ ଗଞ୍ଜାମର ତୃପ୍ତି ରଞ୍ଜନ ପାତ୍ର ଓ ବନଲତା ସାହୁ ଏମାନେ ଉଭୟ ସ୍ୱାମୀ ସ୍ତ୍ରୀ । ଅନ୍ୟ ଦୁଇଜଣ ହେଲେ ବଲାଙ୍ଗୀରର ମାନସ ରଞ୍ଜନ ସୁନା ଓ କଣ୍ଟିଲୋ ଗ୍ରାମର ନିହାର ରଞ୍ଜନ ପାଇକରାୟ । ତୃପ୍ତି ରଞ୍ଜନ ପାତ୍ର ଓ ବନଲତା ସାହୁ ଗଞ୍ଜାମ ଜଗନ୍ନାଥ ପ୍ରସାଦରୁ ଆସି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଏକାମ୍ର ବିହାରରେ ରହୁଥିଲେ । ଏମାନଙ୍କୁ ସହଯୋଗ କରୁଥିଲେ ମାନସ ରଞ୍ଜନ ସୁନା ଓ ନିହାର ରଞ୍ଜନ ପାଇକରାୟ । ଭୁବନେଶ୍ୱରରେ ବସି ସାରା ବିଶ୍ୱର ଲୋକଙ୍କୁ ଠକେଇ କରୁଥିଲେ। ଇନଭେଷ୍ଟମେଣ୍ଟ କରି ୨୦ ପ୍ରତିଶତ ହାରରେ ଲାଭ ଟଙ୍କା ପାଇବା ନେଇ ଦିଆ ଯାଉଥିଲା ଲୋଭନୀୟ ଅଫର୍ ।

ଲକ୍ଷ ଲକ୍ଷ ଟଙ୍କା ଠକେଇ କରି ଲୋକଙ୍କୁ ଲଗାଇଥିଲେ ଚୁନ। ୧୧ ତାରିଖରେ ମଞ୍ଚେଶ୍ୱର ଥାନା ବରୀମୁଣ୍ଡ ଅଞ୍ଚଳର ଅବଦୁଲ ଆକବର ଖାନ ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ । ପାଖାପାଖି ୧୧ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ । ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା। ତଦନ୍ତ ବେଳେ ୪୬ଟି ମ୍ୟୁଲ୍ ଆକାଉଣ୍ଟ, ମୁଖ୍ୟ ଅଭିଯୁକ୍ତ ଠାରୁ ଗୋଟିଏ ମୋବାଇଲ ଜବତ ହୋଇଛି। ଆକାଉଣ୍ଟ ନେଣଦେଣ ସମ୍ପର୍କିତ ତଥ୍ୟ ଜବତ କରିଛି ସାଇବର ପୁଲିସ ।

Leave a Reply