ରାସ୍ତାରେ ଗଲାବେଳେ ଜଳିଗଲା କାର

0
14
ରାସ୍ତାରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୧୯/୦୪) : ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ତୋରଡ଼ାନାଳୀ ଗାଁ ନିକଟରେ ଜଳିଗଲା କାର । ଅଳ୍ପକେ ବର୍ତ୍ତିଲେ ୪ଜଣ ଯାତ୍ରୀ । କାରରେ ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି।

ରାସ୍ତାରେ ଗଲାବେଳେ ଜଳିଗଲା କାର । ଆଜି ସକାଳେ ଟାଟା ଇଣ୍ଡିଗୋ କାରଟି ତୋରଡ଼ାନାଳୀ ଗାଁ’ରୁ ଯାତ୍ରୀ ନେଇ କୁଟୁରିଆ ପଞ୍ଚାୟତ ଅନ୍ତର୍ଗତ ମା ବିଲେଇଶୁଣିଙ୍କ ଶକ୍ତି ପୀଠକୁ ଯାଉଥିଲା । ହଠାତ କାରରୁ ଧୂଆଁ ବାହାରିବାରୁ ଗାଡ଼ି ଚାଳକ ଗାଡ଼ିରୁ ଯାତ୍ରୀଙ୍କୁ ବାହାର କରିଦେଇଥିଲେ । କ୍ଷଣକ ଭିତରେ କାରଟି ଜଳି ପାଉଁଶ ହୋଇ ଯାଇଥିଲା । ଏନେଇ ଖବର ପାଇ କଙ୍କଡ଼ାହାଡ଼ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ କାହାର କିଛି କ୍ଷତି ହୋଇନଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ଗାଡ଼ି ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ୪ଜଣ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି ।

 

Leave a Reply