ପଞ୍ଜାବ କିଙ୍ଗ୍ସକୁ ୯ ରନ୍‌ରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

0
37
ପଞ୍ଜାବ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୯/୦୪) : ପୁଣି ବିଜୟର ଧାରାକୁ ଫେରିଲା ମୁମ୍ବାଇ ଇଣ୍ଡିଆନ୍ସ । ୯ ରନରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ

ପଞ୍ଜାବ ଏବଂ ମୁମ୍ବାଇ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ମ୍ୟାଚରେ ମୁମ୍ବାଇ ବାଜି ମାରିଛି । ପ୍ରଥମେ ବ୍ୟାଟିଂ କରି ୭ ଓ୍ବିକେଟ ବିନିମୟରେ ୧୯୨ ରନ କରିଥିଲା ମୁମ୍ବାଇ । ଜବାବରେ ପଞ୍ଜାବ ୧୯.୧ ଓଭରରେ ୧୮୩ ରନ କରି ଅଲଆଉଟ ହୋଇଯାଇଥିଲା । ସେପଟେ ମୁମ୍ବାଇର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଆଇପିଏଲରେ ୨୫୦ ମ୍ୟାଚ୍ ପୂରଣ କରିଛନ୍ତି । ବିରାଟ କୋହଲିଙ୍କ ପରେ ଦ୍ବିତୀୟ ଖେଳାଳି ଭାବେ ସେ ୬୫୦୦ ରନ ପୂରଣ କରିଛନ୍ତି ।

ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ପରେ ଯଶପ୍ରୀତ୍ ବୁମ୍‌ରା ଓ ଗେରାଲ୍ଡ କୋଏତ୍‌ଜେ ମିଳିତ ଭାବେ ୮ ଓଭରରେ ୫୩ ରନ୍ ବିନିମୟରେ ୬ ୱିକେଟ୍‌ ଦଖଲ କରି ମୁମ୍ବାଇକୁ ନିହାତି ଆବଶ୍ୟକ ବିଜୟ ଦେଇଛନ୍ତି । ପ୍ରୀତି ଜିଣ୍ଟାଙ୍କ ପଞ୍ଜାବ ଦଳ ପାଇଁ ଦୁଇ ଯୁବ ଭାରତୀୟ ଆଶୁତୋଷ ଶର୍ମା (୨୮ ବଲ୍‌ରୁ ୬୧ ରନ୍) ଓ ଶଶାଙ୍କ ସିଂହ (୨୫ ବଲ୍‌ରୁ ୪୧ ରନ୍) ଲଢ଼ିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇନାହିଁ । ବୁମ୍‌ରା ମ୍ୟାଚ୍‌ର ଶ୍ରେଷ୍ଠ‌ ଖେଳାଳି ପୁରସ୍କାର ପାଇଛନ୍ତି ।

ସଂକ୍ଷିପ୍ତ ସ୍କୋର୍‌: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୯୨/୭ (ସୂର୍ଯ୍ୟକୁମାର ୟାଦବ-୭୮, ରୋହିତ ଶର୍ମା-୩୬, ତିଳକ ବର୍ମା-୩୪*, ହର୍ଷଲ ପଟେଲ୍‌-୩/୩୧, ସାମ କରନ୍‌-୨/୪୧, କାଗ‌ିସୋ ରବାଡ଼ା-୧/୪୨)। ପଞ୍ଜାବ କିଙ୍ଗ୍ସ ୧୯.୧ ଓଭରରେ ୧୮୩ (ଆଶୁତୋଷ ଶର୍ମା-୬୧, ଶଶାଙ୍କ ସିଂହ-୪୧, ହରପ୍ରୀତ ବ୍ରାର-୨୧, ଯଶପ୍ରୀତ ବୁମ୍‌ରା-୩/୨୧, ଗେରାଲ୍ଡ କୋଏତ୍‌ଜେ-୩/୩୨, ଶ୍ରେୟସ‌ ଗୋପାଳ-୧/୨୬, ହାର୍ଦିକ ପାଣ୍ଡ୍ୟା-୧/୩୩, ଆକାଶ ମଧୱାଲ-୧/୪୬ )।

Leave a Reply