ମରିଚପାଡୁ ଠାରେ ମାଁ ତାରିଣୀଙ୍କ ଯାମୁ ଯାତ୍ରା ଅନୁଷ୍ଠିତ

0
29
ମରିଚପାଡୁ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମକଟକ, (୧୯/୪) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଡୁକୁମ ଗ୍ରାମ ପଞ୍ଚାୟତର ମରିଚପାଡୁ ଠାରେ ମାଁ ତାରିଣୀଙ୍କ ଯାମୁ ଯାତ୍ରା ବା କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଆଗାମୀ ୧୭ରୁ ଏହି ଯାତ୍ରା ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ସ୍ଥିର ହୋଇଥିବା ଯାତ୍ରା ପରିଚାଳନା କମିଟି ତରଫରୁ ଜଣାଯାଏ । ଏହି ଯାତ୍ରା କେଉଁ ଆବାହନ କାଳରୁ ଏଠାରେ ଚାଲି ଆସୁଅଛି।ଏହି ଯାତ୍ରାରେ ବହୁ ସଂଖ୍ୟକ ଭକ୍ତ ବିଭିନ୍ନ ଅଞ୍ଚଳରୁ ଆସି ଏଠାରେ ସମାଗମ ହେଉଥିବା ଦେଖିବାକୁ ମିଳିଛି ।ପ୍ରଥମ ଦିନ ମହିଳା ଓ ପୁରୁଷ ଏକତ୍ରିତ ହୋଇ ମରିଚପାଡୁ ନାଳର ପବିତ୍ର ଘାଟରେ ଗଙ୍ଗା ଆବାହନ ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ଵାରା କରାଯାଇ ପବିତ୍ର ଅଭିମନ୍ତ୍ରିତ ଗଙ୍ଗା ଜଳ କଳସରେ ରଖି ମାଆଙ୍କ ବନ୍ଦାଣ କରାଯାଇଥିଲା ।

ପରେ ମାଁ ତାରିଣୀ ଙ୍କ ପବିତ୍ର କଳସ ପୂଜା ମଣ୍ଡପରେ ସ୍ଥାପନା କରାଯାଇଥିଲା । ଏହି କଳସୀ ଯାତ୍ରାରେ ନଦୀ ଘାଟଠାରୁ ମଣ୍ଡପ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ଭଜନ କୀର୍ତ୍ତନ ସହିତ ପହଞ୍ଚି ଘଟ ସ୍ଥାପନା କରାଯାଇଥିଲା । ହରିବୋଲ, ହୁଳହୁଳି ଓ ମାଆଙ୍କ ଜୟ ଜୟକାର ଧ୍ବନିରେ ପୂଜା ମଣ୍ଡପ କମ୍ପି ଉଠୁଥିଲା । ଧୂପ ଦୀପ,ଝୁଣା ଓ କର୍ପୁର ପ୍ରଦାନ ପୂର୍ବକ ମାନଙ୍କୁ ଅର୍ଘ୍ୟ ଅର୍ପଣ କରାଯାଇଥିଲା । ପୁଜାରୀ ଓ ଵାହକ ଵାଜା ଵାଜଣୀ ସହ ଗ୍ରାମଵାସୀଙ୍କ ସହଯୋଗରେ ବହୁ ସୁନ୍ଦର ଭାବରେ ଯାମି ଯାତ୍ରା ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ମନରଞ୍ଜନ ପାଇଁ ମାଁ ଆମ୍ବିକା ଯୁବନାଟ୍ୟ କଳା ସଂସଦ ଯବରାଜପୁର, ପାରଳାଖେମୁଣ୍ଡି ଗଜପତି ଜିଲ୍ଲାର ପୈରାଣିକ ନାଟକ ରାଧାକୃଷ୍ଣ ପ୍ରେମନୀଳା ବା ଭୂତକେଳି ନାଟ୍ୟ ଅନୁଷ୍ଠିତ ହୋଇଥିଲା । ପୁଜକ ଦଳପତି ମାଣ୍ଡିକା,ବଳରାମ ମାଣ୍ଡିକା, ଓ ଗ୍ରାମଵାସୀ ବୃନ୍ଦ ସହଯୋଗରେ ଆଗେଇଥିଲେ। ମାଁ ସ୍ବପ୍ନ ସାକାର ହୋଇ ଆଜକୁ ପ୍ରାୟ ଅନେକ ବର୍ଷ ହେଵ ମାଁ ତାରିଣୀଙ୍କ ଯାମୁ ଯାତ୍ରା ଅନୁଷ୍ଠିତ ହୋଇ ଆସୁଅଛି । ଵହୁ ଦୁର ଦୁରାନ୍ତର ଭକ୍ତ ଶ୍ରଦ୍ଧାଳୁମାନେ ଆସି ମାଁ ତାରିଣୀଙ୍କ ପୀଠକୁ ଆସି ମନସ୍କାମନା ପୂର୍ଣ୍ଣ କରିଥିଵା ନେଇ ଦେଖିବାକୁ ମିଳିଛି ।

ଡୁକୁମ ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚ,ଓ ୱଡମେମ୍ବର,ଝିଗିଡି ସରପଞ୍ଚ ମଣ୍ଡପରେ ଉପସ୍ଥିତ ରହିଥିଲେ । ବିଷମକଟକର ମାଁ ତାରିଣୀଙ୍କ ଦୁଇଜଣ ପୁଜକ ସୋହଯୋଗ କରିଥିବା ନେଇ ଦେଖିବାକୁ ମିଳିଥିଲା । ମାଁ ତାରିଣୀଙ୍କ ଯାମୁ ଯାତ୍ରାରେ ହଜାର ହଜାର ଭକ୍ତଙ୍କ ଭିଡ଼ ସମାଗମ ଦେଖିବାକୁ ମିଳିଛି।ମାଁ ପାଖରେ ମାନସିକ ଧାରୀ ମାନେ ନଡ଼ିଆ କଦଳୀ ଓ ଦୁପ ଦୀପ ପ୍ରଜ୍ଜ୍ୱଳନ କରି ମାଁ ତାରିଣୀ କଣ୍ଟା ଦୋଳିରେ ଵସି ସାହି ସାହି ଵୁଳି ଆଶୀର୍ବାଦ ଦେଇଥିବା ନେଇ ଦେଖିବାକୁ ମିଳିଛି।

Leave a Reply