ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ

0
13
ଅଜଣା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଳାହାଣ୍ଡି, (୨୪/୦୪) : କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଗଡ଼ିଆଜୋର୍ ବନ୍ଧପଡ଼ା ଠାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି ।

ମୃତକ ଜଣକ ହେଲେ ଉକ୍ତ ଗାଁ’ର ଲକ୍ଷ୍ମୀଧର ନାଏକ । ସେ ରାସ୍ତା କଡ଼ରେ ବସି ଥିବା ସମୟରେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ମାରିଥିଲା । ବୃଦ୍ଧ ଜଣକର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି । ତେବେ ଉତ୍ୟକ୍ତ ଗ୍ରାମବାସୀ ମାନେ ବୃଦ୍ଧଙ୍କ ଶବକୁ ରଖି କ୍ଷତିପୂରଣ ଦାବିରେ ଧର୍ମଗଡ ଆମପାଣି ବିଜୁ ଏକ୍ସପ୍ରେସ ରାସ୍ତାକୁ ଅବରୋଧ କରିଛନ୍ତି ।

Leave a Reply