ଘର ଭିତରୁ ମିଳିଲା ଚା’ ଦୋକାନୀଙ୍କ ଅଧପୋଡ଼ା ମୃତଦେହ

0
17
ଘର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୨୪/୦୪) : ଘର ଭିତରୁ ଅଧପୋଡ଼ା ଅବସ୍ଥାରେ ଚା’ ଦୋକାନୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । କୋରାପୁଟ ଜିଲ୍ଲା ଜୟପୁର ପୁରୁଣା ମେଡିକାଲ ଛକରେ ଏହି ଘଟଣା ଘଟିଛି ।

ମୃତ ଚା’ ଦୋକାନୀ ଜଣଙ୍କ ହେଲେ ତାମ୍ବି ଆୟାର । ତାଙ୍କୁ ହତ୍ୟା ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଜୟପୁର ପୁରୁଣା ମେଡିକାଲ ଛକର ତାମ୍ବିଙ୍କ ଚା’ ଦୋକାନ ଥିଲା। ଏକ ସପ୍ତାହ ହେଲା ଏହି ଚା’ ଦୋକାନ ବନ୍ଦ ଥିଲା । ଏହାସହ ତାମ୍ବିଙ୍କର କୌଣସି ଦେଖା ମିଳୁନଥିଲା । ଗତକାଲି ତମ୍ବି ରହୁଥିବା ପାର୍କଲାଇନ ସ୍ଥିତ ସାତଭଉଣୀ ମନ୍ଦିର ଗଳି ଘରୁ ଦୁର୍ଗନ୍ଧ ବାହାରିଥିଲା । ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ କବାଟ ତାଡ଼ି ଅଧପୋଡ଼ା ଅବସ୍ଥାରେ ତାମ୍ବିଙ୍କ ମୃତଦେହ ଉଦ୍ଧାର କରିଥିଲା। ପୁଲିସ ମୃତଦେକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ତାମ୍ବିଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ଖୋଳତାଡ଼ ଆରମ୍ଭ କରିଛି।

Leave a Reply