ଭୋଜି ଖାଇ ୫୦ ଅସୁସ୍ଥ

0
15
ଭୋଜି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୨୪/୦୪) : ଭୋଜି ଖାଇ ୫୦ ଜଣ ଅସୁସ୍ଥ ହୋଇଛନ୍ତି। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଉପରଝର ଗାଁରେ ।

୭ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାମନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲ ରେ ଭର୍ତ୍ତି କରାଯାଇଛି । ଗାଁ’ରେ ଡାକ୍ତରୀ ଟିମ୍ ପହଞ୍ଚି ଅନ୍ୟମାନଙ୍କର ଚିକିତ୍ସା କରୁଛନ୍ତି । ଗତକାଲି ଗାଁ’ରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଭୋଜି ହୋଇଥିଲେ । ଗାଁ’ର ସମସ୍ତ ଲୋକେ ଭୋଜି ଖାଇଥିଲେ । ଭୋଜି ଖାଇବାର କିଛି ସମୟ ପରେ କିଛି ଲୋକଙ୍କୁ ବାନ୍ତି ହେବା ସହ ଝାଡ଼ା ହୋଇଥିଲା। ପ୍ରାଥମିକ ଚିକିତ୍ସା ପରେ ୭ଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ୭ଜଣଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ଅର୍ଜୁନପୁର ଓ ଦେଓଗାଁରର ଡାକ୍ତରୀ ଟିମ୍ ଗାଁ’ରେ ପହଞ୍ଚି ଅନ୍ୟମାନଙ୍କୁ ଚିକିତ୍ସା କରିଥିଲେ । ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି ।

Leave a Reply