ଗାଁ’ରେ ପଶିଲେ ୫୦ଟିକିଆ ହାତୀପଲ

0
14
ଗାଁ'ରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୨୪/୦୪) : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନାଇକୁଡ଼ି ଗାଁ’ରେ ଝାଡ଼ଖଣ୍ତି ହାତୀଙ୍କ ଉପଦ୍ରବ। ୫୦ରୁ ଅଧିକ ଝାଡ଼ଖଣ୍ତି ହାତୀ ସୋମବାର (ଗତକାଲି) ରାତିରେ ନାଇକୁଡ଼ି ଗ୍ରାମରେ ପଶିଥିଲେ ।

ଗାଁ’ର ଧାନକ୍ଷେତରେ ପଶି ଦଳଚକଟା କରିବା ଯୋଗୁଁ ଏକର ଏକର ଜମିରେ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ମୟୁରଭଞ୍ଜର ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଥିବାରୁ ହାତୀ ମାନେ ଜଙ୍ଗଲରେ ନରହି ଗାଁ ମୁହାଁ ହେଉଥିବା ଅନୁମାନ କରାଯାଉଛି । ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ହାତୀପଲ ଚାଷ ଜମିରେ ପଶି ପାଚିଲା ଧାନ ଫସଲ ଖାଇବା ସହ ଦଳାଚକଟା କରିବା ଯୋଗୁଁ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ରାତିରେ ବନବିଭାଗ ଟିମ୍‌ ପହଞ୍ଚି ହାତୀ ପଲକୁ ଘଉଡ଼ାଇ ଥିବା ବେଳେ କ୍ଷତିପୂରଣ ଦେବା ପାଇଁ ଚାଷୀମାନେ ସରକାରଙ୍କୁ ନିବେଦନ କରିଛନ୍ତି ।

Leave a Reply