ତୁଚ୍ଛ ହେଲା ମା’ର ମମତା; କେଇଟା ଟଙ୍କା ପାଇଁ ନବଜାତ ଶିଶୁପୁତ୍ରକୁ ବିକ୍ରି କରିଦେଲା

0
21
ତୁଚ୍ଛ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୨୪/୦୪) : ମରିଗଲା ମା’ର ମମତା। ପୁଣି ପୁଅ ଜନ୍ମ ହେବାରୁ ନବଜାତ ଶିଶୁପୁତ୍ରକୁ ବିକି କରିଦେଲା ମାଆ । ମାତ୍ର କେଇଟଙ୍କା ପାଇଁ ବନ୍ଧା ପଡିଗଲା ମା’ର ମାତୃତ୍ୱ ।

ସ୍ନେହ ମମତା ପ୍ରସବର ସମସ୍ତ ବେଦନା ସତେ ଯେମିତି ଟଙ୍କା ଆଗରେ ତୁଚ୍ଛ ହୋଇଗଲା । ଘଟଣା ବିଷୟରେ ଚାଇଲ୍ଡ ଲାଇନ ‌ଖାଇବା ପରେ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଛି । ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବିହାରୀ ପଞ୍ଚାୟତ ସାଉଁଣ୍ଡି ଗାଁରୁ । ସୋମବାର ସାଉଁଣ୍ଡି ଗ୍ରାମର ସିଲୁ ଜେନାଙ୍କ ପତ୍ନୀ ସଂଜୁ ମେଡିକାଲରେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ପୂର୍ବରୁ ଗୋଟିଏ ପୁଅ ଥିବା ବେଳେ ପୁଣି ପୁତ୍ରସନ୍ତାନ ଜନ୍ମ ହେବାପରେ ସଂଜୁଙ୍କ ମନ କଷ୍ଟ ଥିଲା । କେଇଟା ଟଙ୍କା ପାଇଁ ସେ ତାଙ୍କର ନବଜାତ ଶିଶୁ ପୁତ୍ରକୁ ଅନ୍ୟ କାହାକୁ ବିକ୍ରି କରିଦେଇଥିଲେ । ପରେ ସେମାନେ ଘରକୁ ଫେରିଥିଲେ । ଗ୍ରାମବାସୀ ଛୁଆଟା ବିଷୟରେ ପଚାରିଥିଲେ। ସିଲୁ ଓ ତାଙ୍କ ପତ୍ନୀ ଗ୍ରାମବାସୀଙ୍କ ପ୍ରଶ୍ନରେ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ ।

ଶିଶୁଟିକୁ ସିଲୁ ଓ ତାଙ୍କ ପତ୍ନୀ ବିକ୍ରି କରିଦେଇଥିବା ସନ୍ଦେହ କରିଥିଲେ ଗ୍ରାମବାସୀ । ଏନେଇ ଚାଇଲ୍ଡ ଲାଇନକୁ ଜଣାଇଥିଲେ। ଚାଇଲ୍ଡ ଲାଇନ ଘଟଣା ତଦନ୍ତ କରି ପୁଲିସ ସହାୟତାରେ ଶିଶୁଟିକୁ ଉଦ୍ଧାର କରିଥିଲେ। ପରେ ଶିଶୁଟିର ଡାକ୍ତରୀ ପରୀକ୍ଷା ପରେ ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇଥିଲା । ତେବେ ଉଭୟ ପକ୍ଷ କିଣାବିକା ହୋଇଛି ମାନୁନଥିବାରୁ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି, ପୁଲିସ ତାହାର ତଦନ୍ତ କରୁଛି । ଶିଶୁଟିକୁ ଚାଇଲ୍ଡ ଲାଇନରେ ରଖାଯାଇଛି । ତେବେ ଏନେଇ ପୁଲିସ କିମ୍ବା ସଂପୃକ୍ତ ଶିଶୁର ବାପା, ମା ଏବଂ ଅଭିଯୁକ୍ତଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply