ଦନ୍ତା ହାତୀର ମୃତଦେହ ଉଦ୍ଧାର

0
22
ଦନ୍ତା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ଼, (୨୪/୦୪) : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ବାଙ୍କୀ ରେଞ୍ଜର ଖେସରାବିଟ୍ ରଙ୍ଗେଇଗୁଢା ଗ୍ରାମ ନିକଟରେ ଦାନ୍ତା ହାତୀର ମୃତଦେହ ଠାବ ହୋଇଥିବା ଜଣାପଡ଼ିଛି ।

ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । କିଛି ଦିନ ଦନ୍ତା ହାତୀ ଅସୁସ୍ଥ ଥିଲା । ହାତୀଟି କୋଇଡ଼ା ରେଞ୍ଜରେ ଘୁରି ବୁଲୁଥିଲା । ଆଜି ସକାଳେ ବାଙ୍କୀ ରେଞ୍ଜରେ ମୃତଦେହ ଠାବ କରାଯାଇଛି । ବନ ବିଭାଗ ଓ ବନ୍ୟ ପ୍ରାଣୀ ମିଳିତ ପ୍ରୟାସରେ ଦନ୍ତାର ଚିକିତ୍ସା ଚାଲିଥିଲା । ଘଟଣାସ୍ଥଳରେ ବନ ବିଭାଗର ଅଧିକାରୀ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

Leave a Reply