କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କ ପ୍ରାର୍ଥୀପତ୍ର ଦାଖଲ

0
26
କଂଗ୍ରେସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆପଡା, (୨୪/୦୪) : ଗତକାଲି ପ୍ରଦେଶ କଂଗ୍ରେସ କମିଟିର ମୁଖିଆ ଶରତ ପଟ୍ଟନାୟକ ନୂଆପଡା ବିଧାନସଭା ଆସନରୁ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଶ୍ରୀ ପଟ୍ଟନାୟକ ଖରିଆର ରୋଡ଼ ଶିବ ମନ୍ଦିର ଠାରେ କଂଗ୍ରେସ ନେତା, କର୍ମୀ ଓ ସମର୍ଥକ ମାନଙ୍କ ସହିତ ଶହ ଶହ ବାଇକ ଓ ଚାରିଚକିଆ ଯାନରେ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ । ଏଥିରେ କଂଗ୍ରେସ ଦଳ ଜିନ୍ଦାବାଦ, ଶରତ ପଟ୍ଟନାୟକ ଜିନ୍ଦାବାଦ ଧ୍ୱନିରେ କମ୍ପି ଉଠିଥିଲା ଖରିଆର ରୋଡ଼ ଓ ନୂଆପଡା ସହର । ଏହାପରେ ଉପଜିଲ୍ଲାପାଳ ଅଫିସକୁ ପହଂଚି ତାଙ୍କ ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀଙ୍କ ଠାରେ ଦାଖଲ କରିଥିଲେ । ଏହି ସମୟରେ ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ଆଜାଦ, ସାଧାରଣ ସମ୍ପାଦକ ଅଭୟ ଯୋଶୀ, ଦେବଦତ୍ତ ଦୀକ୍ଷିତଙ୍କ ସହ ଯୁବ କଂଗ୍ରେସ, ମହିଳା କଂଗ୍ରେସ, ଛାତ୍ର କଂଗ୍ରେସ ଓ ଦଳର ବରିଷ୍ଠ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ ।

Leave a Reply