କୁଲୁତା ସମାଜ ବଲାଙ୍ଗିର ଦ୍ୱାରା କୁଲୁତା ଦିବସ ପାଳିତ

0
21
କୁଲୁତା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗିର, (୨୩/୦୪) : ବଲାଙ୍ଗିର ଭଗବତି ନଗର ସ୍ଥିତ କୁଲୁତା ସମାଜ ବଲାଙ୍ଗିର ତରଫରୁ କୁଲୁତା ଜାତିର ଇଷ୍ଟଦେବୀ ରଣେଶ୍ୱର ରାମଚଣ୍ଡିଙ୍କ ଚୈତ୍ର ପୂର୍ଣ୍ଣିମା, ବାସନ୍ତିକ ପୂଜା ତଥା କୁଲୁତା ଦିବସ ସମାଜ କାର୍ଯ୍ୟାଳୟରେ ମହାସମାରୋହରେ ପାଳିତ ହୋଇଛି ।

ପୂଜକ ସୁରଥ ପ୍ରଧାନଙ୍କ ଦ୍ୱାରା କୁଲୁତା ଜାତିର ରୀତିନୀତି ଅନୁସାରେ ପୂଜାକାର୍ଯ୍ୟ କରାଯାଇଥିଲା । ପୂଜା ପରେ ସମାଜର ସଭାପତି ରବିନ୍ଦ୍ର କୁମାର ପ୍ରଧାନଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ କରି ସମ୍ପାଦକ ବିଦେଶି ପ୍ରଧାନ ଗୋଟିଏ ବର୍ଷର ସମ୍ପୁର୍ଣ୍ଣ କାର୍ଯ୍ୟବିବରଣୀ ପଠନ କରିଥିବା ବେଳେ କୋଷାଧ୍ୟକ୍ଷ ଅଜିତ କୁମାର ଭୋଇ ବାର୍ଷିକ ଆୟବ୍ୟୟର ଟିଖିନିଖି ହିସାବ ପଠନ କରିଥିଲେ । ଉପସ୍ଥିତ ସଭ୍ୟ, ସଭ୍ୟା କରତାଳି ଦେଇ ଭୁୟସି ପ୍ରଶଂସା କରିବା ସହ ଐତିହାସିକ ସେବା ସଦନ ନିର୍ମାଣ କାର୍ଯ୍ୟ ପାଇଁ ନବ ଗଠିତ କମିଟିକୁ ଧନ୍ୟବାଦ୍‌ ଜ୍ଞାପନ କରିଥିଲେ । ସଭାରେ ପୂର୍ବତନ ସଭାପତି ସୁରଥ ପ୍ରଧାନ, ପୂର୍ବତନ ସଂପାଦକ ସାନ୍ତନୁ କୁମାର ଭୋଇ ବର୍ତ୍ତମାନ ସହସଂପାଦକ ମଧୁ ସାହୁ ନିଜ ନିଜର ବକ୍ତବ୍ୟ ପ୍ରଦାନରେ କୁଲୁତା ଜାତିର ଏକତା ରକ୍ଷା କରି ସମାଜର ଉନ୍ନତି ପାଇଁ ତଥା ସେବା ସଦନ ନିର୍ମାଣ କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ ।

ବିଗତ ବର୍ଷ ଗୁଡିକଠାରୁ ଚଳିତ ବର୍ଷ ସମସ୍ତ ସାମାଜିକ କାର୍ଯ୍ୟ, ପୂଜା ପରମ୍ପରା ଆଦି ବହୁ ଆଡମ୍ବର ସହିତ ପାଳନ ହୋଇ ମଧ୍ୟ ଅର୍ଥ ବଳକା ରହୁଥିବାରୁ ସହରର ସମସ୍ତ କୁଲୁତା ଜାତି ଭାଇଙ୍କର ମହାନ ସହଯୋଗର ପ୍ରମାଣ ବୋଲି ସଭାପତି ତାଙ୍କ ବକ୍ତବ୍ୟରେ ଖୁସିବ୍ୟକ୍ତ କରିଥିଲେ । ସହରର ସମସ୍ତ କୁଲୁତା ଜାତିିର ସଭ୍ୟ, ସଭ୍ୟାମାନଙ୍କ ଦ୍ୱାରା ପ୍ରତକ୍ଷ ଓ ପରୋକ୍ଷ ସହଯୋଗରେ କୁଲୁତା ସମାଜର ଉନ୍ନତି ସମ୍ଭବ ହେଉଅଛି । ମହିଳା ସଂଗଠନ ଓ ଯୁବ ସାମୁଖ୍ୟର ଅବଦାନ ମଧ୍ୟ ପ୍ରଶଂସନୀୟ ।

ସମାଜର ଉପସଭାପତି ବୁଡୁ ପ୍ରଧାନ ଧନ୍ୟବାଦ୍‌ ପ୍ରଦାନ କରିବା ପୂର୍ବକ ସଭାରେ ଉପସ୍ଥିତ ଥିବା ଉପସଭାପତି ଜ୍ୟୋସ୍ନାମୟୀ ପ୍ରଧାନ, ବରିଷ୍ଠ କାର୍ଯ୍ୟକାରୀ ସଭ୍ୟ ରାଜେନ୍ଦ୍ର ପ୍ରସାଦ ସାହୁ, ଶାନ୍ତନୁ ପାତ୍ର, ଯୁବ ସାମୁଖ୍ୟର ମୁଖ୍ୟ ରାମଚନ୍ଦ୍ର ଭୋଇ, ଶିରୋମଣି ସାହୁ, ସୁଦର୍ଶନ ସାହୁ, ସଂଜିବ ସାମଲ, ଜିଲ୍ଲା ଯୁବ ସଭାପତି ଉମେଶ ଚନ୍ଦ୍ର ଗଡତ୍ୟା, ମହିଳା ସଂଗଠନର ଜାମିନି ଭୋଇ, ମଞ୍ଜୁଲା ସାହୁ, ଶୁଭାଷିନୀ ପ୍ରଧାନ, ଏଲିନା ପ୍ରଧାନ, ମିରା ବିଶି, ଶ୍ରୀନିବାସ ସାହୁ, ପ୍ରିୟଦର୍ଶିନୀ ମାଝି, କବିରାଜ ପ୍ରଧାନ, ନିଳାଚଳ ପ୍ରଧାନ, ଆଜାଦ ପ୍ରଧାନ, ଲକ୍ଷ୍ମଣ ବିଶ୍ୱାଲ, ରାହୁଲ, ଅନିଲ ଆଦି ସହସ୍ରାଧିକ କୁଲୁତା ସଭ୍ୟ, ସଭ୍ୟାଙ୍କ ସାହାଯ୍ୟ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଅଛି ।

 

Leave a Reply