ବହୁ ପ୍ରତୀକ୍ଷା ପରେ ଡାକ୍ତର ଖାନରେ ଯୋଗ ଦେଲେ ଡା. ଜୟଶ୍ରୀ ସାହୁ

0
333

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, ବୌଦ୍ଧ,(୨୯/୦୯) : ହରଭଙ୍ଗା ବ୍ଲକ ଧଳପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ ମାସ ଧରି ଡାକ୍ତର ପଦ ଖାଲି ଥିବା ଘଟଣା ଗଣମାଧ୍ୟମ “ଓଡିଶା ନିୟୁଜ ୨୪ “ରେ ପ୍ରଥମେ ପ୍ରକାଶ ପାଇଲାପରେ ବହୁ ପ୍ରତୀକ୍ଷା ପରେ ଏଵେ ୪ ଦିନ ତଳେ ନୂତନ ଡା. ଯୋଗଦେଇଛନ୍ତି |

ନୂତନ ଡା. ଜୟଶ୍ରୀ ସାହୁ ଙ୍କୁ ସ୍ଥାନୀୟ ଜନସାଧାରଣ ସ୍ୱାଗତ ଜଣାଇଥିଲେ | ବହୁ ପ୍ରତୀକ୍ଷା ପରେ ନୂତନ ଡା. ଯୋଗ ଦେବା ପରେ ଧଳପୁର ଅଞ୍ଚଳବାସୀ ରୋଗୀ ସେବାରେ ସୁଧାର ଆସିବ ବୋଲି ଆଶା ପ୍ରକାଶ କରିଛନ୍ତି |