ବିଚ୍ଛିନ୍ନାଞ୍ଚଳରେ ଠିକ୍ ସମୟରେ ସାର ନ ପାଇ ଫସଲ ନଷ୍ଟ : ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

0
204

ରିପୋର୍ଟ : ରବିଶଙ୍କର ମହାପାତ୍ର //
କୋରାପୁଟ,(୧/୧୦) : ବିଚ୍ଛିନ୍ନାଞ୍ଚଳରେ ଠିକ୍ ସମୟରେ ସାର ନ ପାଇ ଫସଲ ନଷ୍ଟ | କୋଟପାଡ଼ ବ୍ଲକ ଛତର୍ଲା ପଞ୍ଚାୟତର ଲକଟିଗୁଡା,ବାକଟିଗୁଡା,କଷିଗୁଡା,ନୂଆଗୁଡା,ଫଟକୀକୁମ୍ବୀ ଏବଂ କଟରାଗୁଡାର ଚାଷୀମାନେ ଠିକ୍ ସମୟରେ ସାର ମିଳି ନ ଥିବାରୁ ତଥା ବର୍ଷାର ଅଭାବରୁ ଶତାଧିକ ଏକର ଫସଲ ନଷ୍ଟ ହୋଇଥିବାରୁ ପ୍ରଶାସନ ତୁରନ୍ତ ଏହାର ତଦନ୍ତ କରି ଋଣ ଛାଡ ସହ କ୍ଷତିପୁରଣ ପ୍ରଦାନ କରିବା ପାଇଁ କୋଟପାଡ଼ ତହସିଲଦାର ଶ୍ରୀ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇଙ୍କ ଜରିଆରେ ଜୟପୁର ଉପଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।

ବିଚ୍ଛିନ୍ନାଞ୍ଚଳରେ ଠିକ୍ ସମୟରେ ସାର ନ ପାଇ ଫସଲ ନଷ୍ଟ | ପ୍ରତିବର୍ଷ ଲ୍ୟାମ୍ପ୍ସ ଓ ଯୋଗାଣ ବିଭାଗ ସହ ହାତ ମିଳାଇ ଆମ ଅଞ୍ଚଳରେ ଭଲ ଚାଷ ହୋଇଥିବାର ଦର୍ଶାଇ ଦଲାଲ ମାନେ ହଜାର ହଜାର କ୍ବିଣ୍ଟାଲ ଧାନ ବିକ୍ରି କରୁଥିବା ବିଷୟ ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି । ଆଜିର ଏହି ଦାବି ପତ୍ର ତହସିଲଦାରଙ୍କୁ ପ୍ରଦାନ କରିବା ସମୟରେ ସମାଜସେବୀ ଶ୍ରୀ ରଞ୍ଜିତ କୁମାର ପଟ୍ଟନାୟକ,ଦୁରୁଆ ସମାଜର ଉପଦେଷ୍ଟା ଶ୍ରୀ ଚନ୍ଦ୍ର ସଗରିଆ, ଡମୁ ଧୁରୁଆ, ଖଗପତି ଧୁରୁଆ,ବନ୍ଧୁ ଧୁରୁଆ,ଧନ ସାଆନ୍ତା,ବୁଦୁରୁ ଗୌଡ,ଜଗନ୍ନାଥ ଦୁରୁଆଙ୍କ ସମେତ ଶତାଧିକ ଚାଷୀ ଓ ଓ୍ବାର୍ଡ ସଭ୍ୟ ମାନେ ଉପସ୍ଥିତ ଥିଲେ ।ଯଥା ଶୀଘ୍ର ସମ୍ଭବ କ୍ଷୟକ୍ଷତି ଆକଳନ କରି କ୍ଷତିପୁରଣ ଯୋଗାଇ ଦେବାକୁ ପଞ୍ଚାୟତ ପ୍ରତିନିଧି ମାନେ ଦାବି କରିଛନ୍ତି ।