ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ହଳଦୀ

0
182

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୦୨/୧୦) : ଆଜିକାଲି ପ୍ରାୟ ଲୋକ ମଧୁମେହ ରୋଗରେ ଆକ୍ରାନ୍ତ । ମଧୁମେହ ପାଇଁ ରକ୍ତରେ ସୁଗାର ସ୍ତର ଅନିୟନ୍ତ୍ରିତ ହୋଇଯାଏ ଯାହାକୁ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ | ତେବେ ଏହାର ସମାଧାନ ରହିଛି ଆପଣଙ୍କ ରୋଷେଇ ଘରେ । ଆଜି ଜାଣିବା ଆମେ ପ୍ରତିଦିନ ବ୍ୟବହାର କରୁଥିବା ସେହି ଗୋଟିଏ ସାମଗ୍ରୀ ବିଷୟରେ ଯାହାର ଅନେକ ଗୁଣବତ୍ତା ରହିଛି । ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ହଳଦୀ | ଆପଣ ଏହି ଘରୋଇ ଉପଚାରକୁ ବ୍ୟବହାର କରି ରକ୍ତରେ ସୁଗାରର ମାତ୍ରା ନିୟନ୍ତ୍ରଣ କରିପାରିବେ ।

ଅନେକ ରୋଗର ଉପଶମ ହଳଦୀ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାଠାରୁ ଆରମ୍ଭ କରି ଖାଦ୍ୟର ରୁଚି ବଢ଼ାଇବା ପର୍ଯ୍ୟନ୍ତ ସମସ୍ତ ଗୁଣର ଅଧିକାରୀ ହେଉଛି ହଳଦୀ । ଏଣୁ ଭାରତୀୟ ଖାଦ୍ୟ ପ୍ରଣାଳୀରେ କାହିଁ ଆବାହମାନ କାଳରୁ ହଳଦୀର ବ୍ୟବହାର ରହିଆସିଛି । ତେବେ ଏହା ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ବେଶ ଉପକାରୀ । ଖାଦ୍ୟରେ ଅଧିକ ହଳଦୀ ସାମିଲ କରିବା ଦ୍ୱାରା ଏହା ରକ୍ତରେ ସୁଗାର ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ ।

ସ୍କ୍ରାଚ୍ ମାର୍କ, କୁଣ୍ଡିଆ, କ୍ଷତ ଆଦି ସମସ୍ୟା ପାଇଁ ଶତାବ୍ଦୀ ଧରି ହଳଦୀ ବ୍ୟବହୃତ ହୋଇଆସୁଛି | ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି। ସେହିପରି ଏହାର ଆଣ୍ଟିଇନଫ୍ଲାମେଟୋରୀ ଗୁଣ ମଧ୍ୟ ରହିଛି, ଯାହା ଶରୀରରେ ଇନସୁଲିନ୍ ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇଥାଏ | ତେବେ ଆପଣ ଜାଣିବା ନିହାତି ଆବଶ୍ୟକ ଯେ, ଯେତେବେଳେ ଆପଣଙ୍କ ଶରୀରରେ ଅଧିକ ଇନସୁଲିନ୍ ଥାଏ, ସେତେବେଳେ ରକ୍ତରେ ସୁଗାର ସ୍ତର କମିଯାଏ |