ମାଲକାନଗିରି ବନ ବିଭାଗ ଦ୍ୱାରା ମୂଲ୍ୟବାନ ଶାଗୁଆନ କାଠ ଜବତ ସହ ଦୁଇ ଜଣ ଗିରଫ

0
223

ରିପୋର୍ଟ : ସୁନିଲ ଭୂମିଆ
ମାଲକାନଗିରି ,ଖଇରପୁଟ,(୦୨/୧୦) : ମାଲକାନଗିରି ବନ ବିଭାଗ କୁ ମିଳିଲା ସଫଳତା । ଚୋରା ଚାଲାଣ ବେଳେ ଦୁଇ ଜଣ କାଠ ମାଫିଆଙ୍କୁ ଗିରଫ କରିବା ସହ ଜବତ ହେଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ କାଠWhatsApp Image 2021 10 03 at 7.07.13 AM ମାଲକାନଗିରି ବନ ବିଭାଗ ଦ୍ୱାରା ମୂଲ୍ୟବାନ ଶାଗୁଆନ କାଠ ଜବତ ସହ ଦୁଇ ଜଣ ଗିରଫ

ସୂଚନା ଆଧାରରେ ମାଲକାନଗିରି ବନ ବିଭାଗ ଅଧିକାରୀ ଜଗନ୍ନାଥ ବିଷୟି ଏକ ଟିମ ଗଠନ କରି ମାଲକାନଗିରି ଥାନା ଅନ୍ତର୍ଗତ ଏମ୍ଭି ୧୮ ଗ୍ରାମ ନିକଟରେ ନାଇଟ ପେଟ୍ରଲିଙ୍ଗ ଆରମ୍ଭ କରିଥିଲେ ଏହି ସମୟରେ ପଡିଆ ଥାନା ଅନ୍ତର୍ଗତ ପଡଗାନପାଲ୍ଲି ଗ୍ରାମରୁ କାମାଲିଗୁଡା ଗ୍ରାମକୁ ଟ୍ରାକ୍ଟର ଯିବା ସମୟରେ ଟ୍ରାକ୍ଟରକୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ୧୦ ଟି ଶାଗୁଆନ କାଠ ଗଣ୍ଡି ବାହାରିଥିଲା ।

ଚୋରା ଚାଲାଣ ବେଳେ ୨ ଜଣ ଚୋରା କାଠ ଚାଲାଣ କାରିଙ୍କୁ ଗିରଫ କରିବା ସହ ଜବତ କାଠକୁ ମାଲକାନଗିରି ରେଞ୍ଜ ଅଫିସକୁ ଆଣିଥିଲେ । ଜବତ କାଠର ଅନୁମାନିକ ବଜାର ମୂଲ୍ୟ ପ୍ରାୟ ଲକ୍ଷାଧିକ ଟଙ୍କା ହେବ ବୋଲି ମାଲକାନଗିରି ରେଞ୍ଜର ସୂଚନା ଦେଇଛନ୍ତି । ଚଢାଉ ସମୟରେ ମାଲକାନଗିରି ଫୋରେଷ୍ଟ ରେଞ୍ଜର ଫୋରେଷ୍ଟର ମୋହନ ଗୁଡିଆ, ଦିବାକର ଜେନାଙ୍କ ସହ ବନରକ୍ଷୀ ପି.ସନ୍ତଶ, ରବି ନାରାୟଣ ଖଣ୍ଡୁଆଳ ଓ ସୁଧୀର ମୁର୍ମୁ ସାମିଲ ଥିଲେ ।