ଚିକିତ୍ସା ଅଭାବରୁ ଗୁରୁତର ଏଡ୍ସ ଆକ୍ରାନ୍ତ : ଜିଲ୍ଲା ପ୍ରଶାସନ ର ଅବହେଳା ଅଭିଯୋଗ

0
209

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୦୫/୧୦) : ବଲାଙ୍ଗୀର ଜିଲ୍ଲାରେ କୋଭିଡ କଟକଣା ସମୟରେ ଏଚ ଆଇ ଭି/ ଏଡ୍ସ ଆକ୍ରାନ୍ତ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହୋଇଆସିବା ସହ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଚିକିତ୍ସା ଅଭାବରୁ ଗୁରୁତର ଏଡ୍ସ ଆକ୍ରାନ୍ତ |WhatsApp Image 2021 10 05 at 10.31.30 AM ଚିକିତ୍ସା ଅଭାବରୁ ଗୁରୁତର ଏଡ୍ସ ଆକ୍ରାନ୍ତ : ଜିଲ୍ଲା ପ୍ରଶାସନ ର ଅବହେଳା ଅଭିଯୋଗ

ଏଭଳି ସ୍ଥିତିରେ ଇତି ମଧ୍ୟରେ ଉପଯୁକ୍ତ ସଠିକ ସମୟରେ ବଲାଙ୍ଗୀର ମେଡିକାଲ କଲେଜ ଡାକ୍ତରଖାନାରେ ନ ପହଞ୍ଚି ପାରିବା ସହ କାର୍ଯ୍ୟରତ ସରକାରୀ ସାଇ ଟି.ଆଇ. ପ୍ରକଳ୍ପ ର କାର୍ଯ୍ୟ କେବଳ କାଗଜକଲମ ରେ ସୀମିତ ଥିବା ଯୋଗୁଁ ଅକାଳରେ ଆକ୍ରାନ୍ତଙ୍କ ଶୋଚନୀୟ ମୃତ୍ୟୁ ଘଟୁଛି । ଚିକିତ୍ସା ଅଭାବରୁ ଗୁରୁତର ଏଡ୍ସ ଆକ୍ରାନ୍ତ |

ଇତି ମଧ୍ୟରେ ଦୁଇ ଜଣ ବାପା ପୁଅ ଆକ୍ରାନ୍ତ ବଲାଙ୍ଗୀର ରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଓ ୨୮ବର୍ଷୀୟ ପୁଅ ର ମୃତ୍ୟୁ ବରଣ ନେଇ ବେଶ ଉଦବେଗ ପ୍ରକାଶ ପାଇଛି । ପୁଅ ର ମୃତ୍ୟୁ ପରେ ସେଠି ସକାଳ ୬ ରୁ ଦିନ ୨ ଟା ପର୍ଯ୍ୟନ୍ତ ଟଙ୍କା ଅଭାବ ରୁ ଶବ ପଡିରହିବା ଓ ପରେ ସେ ଏକ ଗାଡି ରେ ନିଜ ପୁଅ ସହ ଟିଟିଲାଗଡ଼ କୁ ଫେରି ଆସି ବର୍ତ୍ତମାନ ଗୁରୁତର ଅବସ୍ଥାରେ ରହିଛନ୍ତି । ଏବେ ତାଙ୍କ ଜୀବନ ମୃତ୍ୟୁ ସହ ସଂଗ୍ରାମ କରିବା ଅବସ୍ଥାରେ କେହି ସାହା ଅବା ସରକାରୀ ଟିଆଇ ପ୍ରକଳ୍ପର ଦେଖା ନାହିଁ ।

ଅନୁରୂପ ଭାବେ ଟିଟିଲାଗଡ଼ ର ହାଇସ୍କୁଲ ପଡ଼ା ର ଜଣେ ବ୍ୟକ୍ତି ଚିକିତ୍ସା ଅଭାବରୁ ନିଜ ଘରେ ଗୁରୁତର ହୋଇ ପଡିରହିବା ପରେ ଗତ ରବିବାର ସ୍ୱେଚ୍ଛାସେବୀ ଲିଓ କ୍ଲବ ର ମହମଦ ସାହିଲ ଓ ସହକର୍ମୀଙ୍କ ସହ ସ୍ୱେଚ୍ଛାସେବୀ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ତାଙ୍କୁ ଡାକ୍ତର ଙ୍କ ପରାମର୍ଶ କ୍ରମେ ତିନି ଗୋଟି ରକ୍ତ ଆବଶ୍ୟକ ଥିବାରୁ ତାଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି । ସେ ପୂର୍ବରୁ ବଲାଙ୍ଗୀର ଓ ସେଠୁ ବୁର୍ଲା ଓ ବୁର୍ଲା ରୁ କଟକ ସ୍ଥାନାନ୍ତରିତ କରି ତାଙ୍କ ଚିକିତ୍ସା ଅବହେଳା ଓ ଅର୍ଥ ଅଭାବ ଯୋଗୁଁ ନିରାଶ ହୋଇ ନିଜ ଘର କୁ ଫେରିଆସି ଅଧିକ ଗୁରୁତର ହୋଇ ପଡିଛନ୍ତି ।

ଏପରି ଟିଟିଲାଗଡ଼ ସହରାଞ୍ଚଳରେ ଓ ଜିଲ୍ଲାରେ କାର୍ଯ୍ୟରତ ଉକ୍ତ ସାଇ ତାଙ୍କୁ କାଗଜ କଲମ ରେ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ଦର୍ଶାଇଅସୁଥିବା ନେଇ ତୁରନ୍ତ ମୁଖ୍ୟ ଶାସନ ସଚିବ ଉପଯୁକ୍ତ ପଦକ୍ଷେପ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ସହ,ସହ ଆକ୍ରାନ୍ତ ଅକାଳ ମୃତ୍ୟୁ ର ଶିକାର ହେବା ସାର ହେବ ।