ରେଳଯାତ୍ରୀଙ୍କୁ ୧୫ ଟଙ୍କାର ଜନତା ଖାନା କୁ ୩୦ ଟଙ୍କା ରେ ବିକ୍ରି ଖବର ପ୍ରକାଶ ପରେ କାର୍ଯ୍ୟାନୁଷ୍ଠାନ ସୂଚନା

0
222

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୦୪/୧୦) : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ରେଳ ଜନକ୍ସନ ରେ ରେଳଯାତ୍ରୀଙ୍କୁ ୧୫ ଟଙ୍କାର ଧାର୍ଯ୍ୟ ଖାଦ୍ୟ କୁ ୩୦ ଟଙ୍କା ରେ ବିକ୍ରି କରିବା ନେଇ ଖବର ପ୍ରକାଶ ପରେ ତୁରନ୍ତ ସମ୍ବଲପୁର ରେଳ ବିଭାଗ ଡି.ଆର.ଏମ. କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସୂଚନା ଦେଇଛନ୍ତି ।

ପ୍ରକାଶ ଯେ ତିନି ଗୋଟି ପୁରୀ ସହ ତରକାରୀ ସବୁ ବର୍ଗର ଲୋକେ କିଭଳି ଖାଇ ପାରିବେ ସେ ନେଇ ୧୫ ଟଙ୍କା ଧାର୍ଯ୍ୟ କରାଯାଇଛି, କିନ୍ତୁ ଏହି ରେଳ ଜନକ୍ସନ ରେ ଏହାର ଖୋଲା ଖୋଲି ଖିଲାପ କରି ରେଳଯାତ୍ରୀଙ୍କୁ ୧୫ ଟଙ୍କାର ଜନତା ଖାନା କୁ ୩୦ ଟଙ୍କା ଦରରେ ବିକ୍ରି କରି ଶୋଷଣ କରାଯିବା ଖବର ପ୍ରକାଶ ପାଇଥିଲା । ଏ ନେଇ ସମ୍ବଲପୁର ମୁଖ୍ୟ ଡି.ଆର.ଏମ. ତୁରନ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ସୂଚନା ଦେଇଛନ୍ତି । ଏହା ସହ ନିଜେ ଟୁଇଟ କରି ଜଣାଇଛନ୍ତି ।