ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ମିଳିଳାନି ଜାମିନ : ୧୫ଟି ମାମଲାରେ ଆବେଦନ ଖାରଜ

0
223

ରିପୋର୍ଟ : ବଳରାମ ଶବର //
ଗୁଣୁପୁର,(୦୬/୧୦) : ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ମିଳିଳାନି ଜାମିନ । ତାଙ୍କ ନାଁରେ ଥିବା ୧୫ ମାମଲାର ଜାମିନ ଆବେଦନ ଖାରଜ ହୋଇଯାଇଛି । ସାକ୍ଷୀ ଦେବାକୁ କେହି ଆସି ନ ଥିବାରୁ ମାମଲା ଗୁଡିକର ବିଚାର ହୋଇପାରି ନ ଥିଲା ।

ଉଭୟ ସବଜଜ ଏବଂ ଏଡ଼ିଜେ କୋର୍ଟରେ ଆବେଦନ କରଯାଇଥିବା ଜାମିନ ପିଟିସନ୍ ଆଜି ବିଚାରପତି ଖାରଜ କରିଥିବା ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ସୁଚନା ଦେଇଛନ୍ତି । ଶ୍ରୀ ପଟନାୟକଙ୍କ ସୂଚନା ଅନୁଯାୟୀ,ସବ୍ୟସାଚୀଙ୍କ ନାଁ ରେ ସବ୍ ଜଜ୍ କୋର୍ଟରେ ୫ ଟି ଏବଂ ଏଡ଼ିଜେ କୋର୍ଟରେ ୧୦ ମାମଲା ରହିଛି । ମାମଲା ଗୁଡିକ ଉପରେ ଜାମିନ ଲାଗି ଗତ ୪ ତାରିଖରେ ଆବେଦନ କରାଯାଇଥିଲା । ସବ୍ୟସାଚୀ ଦୁଇ ଦିନ ଭିତରେ ଉଭୟ କୋର୍ଟରେ ୧୫ ଟି ମାମଲାରେ କୋର୍ଟରେ ହାଜର ହୋଇଥିଲେ । ପ୍ରଥମ ଦିନ ୮ ଜଣ ସାକ୍ଷୀ ଦେଇଥାନ୍ତେ । କେହି ନ ଆସିବାରୁ ବିଚାର ହୋଇପାରି ନ ଥିଲା । ଦ୍ଵିତୀୟ ଦିନରେ ୫ଟି ମାମଲାର ସାକ୍ଷୀ ଅନୁପସ୍ଥିତ ଥିବାରୁ ବିଚାର ହୋଇପାରିଲାନାହିଁ |

ଆଜି ସଡ଼ିଜେଏମ୍ କୋର୍ଟରୁ ଆଉ ଏକ ମାମଲା ଏଡ଼ିଜେ କୋର୍ଟକୁ ସ୍ଥାନାନ୍ତର ହୋଇଛି । ମାମଲାଟି ହେଉଛି ସବ୍ୟସାଚୀଙ୍କୁ ଚାନ୍ଦାଦେବା ଲାଗି ଗୁଣୁପୁର ଯାନ୍ତ୍ରିକ ମହାବିଦ୍ୟାଳୟ କେତେକ ବରିଷ୍ଠ କର୍ମଚାରୀ ଯାଇଥିଲେ । କେନ୍ଦୁଗୁଡ଼ା ନିକଟରେ ସେମାନେ ପୋଲିସ୍ ହାତରେ ଧରାପଡ଼ିଥିଲେ । ଗାଡ଼ିରୁ ବିପୁଳ ଟଙ୍କା ଜବତ କରାଯାଇଥିଲା ।