ପ୍ରାଥମିକ ଶିକ୍ଷକ ଙ୍କ ପଦୋନ୍ନତି ରେ ଅହେତୁକ ବିଳମ୍ବ ଯୋଗୁଁ ଶିକ୍ଷକଙ୍କ ମହଲରେ ଅସନ୍ତୋଷ

0
488

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୦୭/୧୦) : ରାଜ୍ୟରେ ପ୍ରାଥମିକ ଶିକ୍ଷକ ଙ୍କ ପଦୋନ୍ନତି ରେ ଅହେତୁକ ବିଳମ୍ବ ଦେଖାଦେଉଛି | ସମ୍ପ୍ରତି ରାଜ୍ୟ ସରକାର ୬୩ ହଜାର ପ୍ରାଥମିକ / ଉଚ୍ଚ ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ଚଳିତ ସେପ୍ଟେମ୍ବର ମାସ ସୁଦ୍ଧା ଶେଷ କରିବାକୁ ଏକ କ୍ୟାଲେଣ୍ଡର ପ୍ରସ୍ତୁତି କରିଥିଲେ l ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଏବଂ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ଏହା ଘୋଷଣା କରାଯାଇଥିଲା l

ସ୍ୱଚ୍ଛ ଏବଂ ନିର୍ମଳ ଶାସନ ପରିଚାଳନା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ 5T ପ୍ରଚଳନ କରିଥିଲେ l ମାତ୍ର ବୌଦ୍ଧ ଜିଲ୍ଲା ରେ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖାଦେଇଛି l ଏହି ଜିଲ୍ଲାରେ ଶିକ୍ଷାବିଭାଗର ଅଧିକାରୀ ଓ କର୍ମକର୍ତ୍ତା ମାନଙ୍କ ଖାମଖିଆଲି ନୀତି ଯୋଗୁଁ ଶହ ଶହ ପ୍ରାଥମିକ ଶିକ୍ଷକ ପଦୋନ୍ନତି ରୁ ବଞ୍ଚିତ ହେଉଛନ୍ତି |

ଦୀର୍ଘ ୨/୩ ମାସ ହେବ ପଦୋନ୍ନତି ପ୍ରକ୍ରିୟା ଅବିଶ୍ରାନ୍ତ ଭାବେ କର୍ଯ୍ୟ ଚାଲୁ ରହିଥିଲେ ମଧ୍ୟ ରାଜ୍ୟ ପ୍ରାଥମିକ ନିର୍ଦ୍ଦେଶକ ନିକଟକୁ ସ୍ୱୀକୃତି ପାଇଁ ପଠାଯାଇଥିବା ତାଲିକାଟି ବୈଷୟିକ ଦୃଷ୍ଟି କୋଣ ରୁ ଭୁଲ ବୋଲି ଜଣାପଡିବା ପରେ ଏଠି ପୂର୍ବତନ ଡ଼ି.ଇ.ଓ. ଏବଂ ବର୍ତ୍ତମାନ ଡ଼ି.ଇ.ଓ. କିରାଣୀଙ୍କ ମଧ୍ୟରେ ଛକପଞ୍ଝା ଚାଲିଛି |

ଯାହା ଫଳରେ ବିଭାଗୀୟ ଅଧିକାରୀ ଙ୍କ ଦୁରଦୃଷ୍ଟି ଏବଂ ଜ୍ଞାନର ଅଭାବ ଯୋଗୁଁ ପଦୋନ୍ନତିର ବିଳମ୍ବ ହେଉଛି ବୋଲି ଶିକ୍ଷକଙ୍କ ମହଲରୁ ଜଣାପଡିଛି ଏବଂ ଏଥିରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି l ତେଣୁ ଜିଲ୍ଲାପାଳ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବିଦେଉଛି ଏବଂ ଦୋଷୀ ବିଭାଗୀୟ କର୍ମକର୍ତ୍ତା ଙ୍କ ଉପରେ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ମହୋଦୟ ଙ୍କୁ ଅନୁରୋଧ କରାଯାଇଛି l