ହାଇକୋର୍ଟ ମୁଖ୍ୟ ବିଚାରପତି ଙ୍କୁ ବଲାଙ୍ଗୀରରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବିପତ୍ର ପ୍ରଦାନ

0
163

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗିର,ତା(୦୯/୧୦) : ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ୍ ମୁରଲୀଧର ନିଜର ଦିନିକିଆ ବଲାଙ୍ଗୀର ଗସ୍ତରେ ଆସିଥିଲେ । ପ୍ରଥମେ ସକାଳ ୯ ଟାରେ ଶ୍ରୀ ମୁରଲୀଧର ବଲାଙ୍ଗୀର ଲିଗାଲ ଏଡ୍ ପ୍ରକୋଷ୍ଠ ମଧ୍ୟରେ ଲାଇଭ ହେଣ୍ଡସ୍ ଅନ୍ ଟ୍ରେନିଂ କୁ ଉଦ୍‌ଘାଟନ କରିଥିଲେ ।

ଏହି ଟେନିଂ ପରେ ସିଭିଲ କୋର୍ଟ ରେ କେସ୍ ଗୁଡିକର ଇ- ଫାଇଲିଙ୍ଗ, ଇ- ଫାଇନ ପେମେଣ୍ଟ ଆଦି ହୋଇପାରିବ ବୋଲି ସୂଚନା ଦିଆଯାଇଛି । ପରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆୟୋଜିତ ଏକ ଆଲୋଚନା ସଭାରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ୍ ମୁରଲୀଧର ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ସଂଘର ସଭାପତି ପ୍ରବୀଣ କୁମାର ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଭାକୁ ଆଇନଜୀବୀ ଭବାନୀ ଶଙ୍କର ସତପଥୀ ସଂଯୋଜନା କରିଥିଲେ । ଆଇନଜୀବୀ ପ୍ରମୋଦ କୁମାର ମିଶ୍ର ଓକିଲ ମାନଙ୍କ ବିଭିନ୍ନ ଦାବି ଓ ବୃତ୍ତିଗତ ଜୀବନରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କିତ ଏକ ଭିତ୍ତିପତ୍ର ଉପସ୍ଥାପନ କରିଥିଲେ । ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବ୍ୟାଞ୍ଚର ପୁନଃସ୍ଥାପନ, କୋର୍ଟ ବିଲ୍ଡିଂର ସଂପ୍ରସାରଣ ଆଦି ସମସ୍ୟା ଉପରେ ସଂଘ ପକ୍ଷରୁ ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ମୁଖ୍ୟ ବିଚାରପତି ଡ. ଏସ୍ ମୁରଲୀଧର ନିଜ ବକ୍ତବ୍ୟରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ଓକିଲ ମାନଙ୍କ କାର୍ଯ୍ୟଶୈଳୀକୁ ଭୁରି ଭୁରି ପ୍ରଶଂସା କରି ଥିଲେ |

ମୁଖ୍ୟ ବିଚାରପତି ଡ. ଏସ୍ ମୁରଲୀଧର ଙ୍କ ଜିଲ୍ଲା ଓକିଲ ସଂଘ ସହ ଆଲୋଚନା :-

ବଲାଙ୍ଗୀର ଜିଲ୍ଲାର ଓକିଲ ମାନଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କଲେ ମୁଖ୍ୟ ବିଚାରପତି, ସିଭିଲ କୋର୍ଟ ପରିସରରେ ଉଦଘାଟନ ହେଲା ଲାଇଭ ହ୍ୟାଣ୍ଡସ ଅନ୍ ସର୍ଭିସେସ୍ ଅତୀତରେ ବଲାଙ୍ଗୀର ମାଟି ରାଜ୍ୟର ଶ୍ରେଷ୍ଠ ଆଇନଜୀବୀ ଓ ଶ୍ରେଷ୍ଠ ବିଚାରପତି ମାନଙ୍କୁ ସୃଷ୍ଟି କରିଛି ବୋଲି କହିଥିଲେ । ଏହି ବାର୍ ର କାର୍ଯ୍ୟରତ ଓକିଲ ମାନଙ୍କ ଭିତରେ ଅନେକ ପ୍ରତିଭା ଲୁଚି ରହିଛି ।

ଏଠାରେ ଓକିଲାତି କରି ବିଚାରପତି ଆସନ ଅଳଙ୍କୃତ କରିଥିବା କିଛି ବିଚାରପତିଙ୍କ ନାମ ନେଇ ସେ ଜିଲ୍ଲା ଓକିଲ ସଂଘର ପାରଦର୍ଶିତାକୁ ଉଚ୍ଚକୋଟିର ବୋଲି କହିଥିଲେ । ଏଠାରେ ବାର୍ ଓ ବେଞ୍ଚ ମଧ୍ୟରେ ଉତ୍ତମ ସମନ୍ୱୟ ରହିଥିବା କଥା କହିଥିଲେ ମୁଖ୍ୟ ବିଚାରପତି ଶ୍ରୀ ମୁରଲୀଧର । ଯୁବ ଆଇନଜୀବୀ ମାନେ ଉତ୍ସାହ ଓ ଆତ୍ମବିଶ୍ୱାସର ସହ କାର୍ଯ୍ୟ କଲେ ନିଜ ବୃତ୍ତିରେ ସଫଳ ହୋଇପାରିବେ ବୋଲି ଡ. ମୁରଲୀଧର କହିଥିଲେ । ସଭା ପ୍ରାରମ୍ଭରେ ବରିଷ୍ଠ ଆଇନଜୀବୀ ଗୋପାଳ ଚନ୍ଦ୍ର ପାଣିଗ୍ରାହୀ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଦୌରା ଜଜ ଲୋକନାଥ ମହାପାତ୍ର, ରେଜିଷ୍ଟାର ଅମିତ କୁମାର ବାରିକ, ରେଜିଷ୍ଟାର ଇନ୍ସପେକସନ୍ ପ୍ରଭାକର ଗlଣ୍ଠିଆ, ପ୍ରମୁଖ ମଞ୍ଚାସୀନ ଥିବାବେଳେ ସିଭିଲ କୋର୍ଟ ର ସମସ୍ତ ବିଚାରପତି ଉପସ୍ଥିତ ଥିଲେ l ସଭାକୁ ସଫଳ କରିବାରେ ଜିଲ୍ଲା ଓକିଲ ସଂଘର ସମସ୍ତ ସଭ୍ୟ ଓ କର୍ମକର୍ତ୍ତା ସହଯୋଗ କରିଥିଲେ । ଶେଷରେ ଓକିଲ ସଂଘର ସଂପାଦକ ଅମନ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।