କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ନିଖୋଜ ଶିଶୁ ଉଦ୍ଧାର

0
301

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,(୧୩/୧୦) : କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଆଜି ଏକ ନିଖୋଜ ଶିଶୁ କୁ ଉଦ୍ଧାର କରି ତାର ମାଆବାପାଙ୍କୁ ହସ୍ତାନ୍ତର କରାଗଲା । କଣ୍ଟାବାଞ୍ଜି ରେଳଷ୍ଟେସନରେ ଛୋଟ ଶିଶୁଟିଏ କାନ୍ଦୁଥିବା ଦେଖି ସମାଜସେବୀ ଆଶିଷ ଜୈନ ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶଙ୍କୁ ଫୋନଯୋଗେ ଜଣେଇଥିଲେ ।

କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ସଂଗେସଂଗେ ଶ୍ରୀ ଦାଶ ଷ୍ଟେସନରେ ପହଞ୍ଚି ଦେଖିବାକୁ ପାଇଲେ ଯେ ଜଣେ ମହିଳା ଶିଶୁ ଟିକୁ ପାଇ କରି ବୁଝାଉଥିଲେ । ଶିଶୁ ଟିକୁ କିଏ ଛାଡିଛି ବୋଲି ପଚାରିବାରୁ ମହିଳା ଜଣକ କହିଥିଲେ କି ଜଣେ ସ୍ତ୍ରୀ ତାଙ୍କ କୋଳରେ ଶିଶୁ ଟିକୁ ବସେଇ ପାଣି ଆଣି ଆସୁଛି କହି ଗଲା ଯେ ଫେରି ନାହିଁ । ତାପରେ ରେଳବାଇ ପୋଲିସ ଅଧିକାରୀ ସୁଦାମ ପଣ୍ଡା ଓ ପଟେଲ ଆଜ୍ଞାଙ୍କ ସହିତ ଯୋଗାଯୋଗ କରିଥିଲେ ।

ଠିକ ଏହି ସମୟରେ କଣ୍ଟାବାଞ୍ଜି ବସଷ୍ଟାଣ୍ଡରେ ଜଣେ ସ୍ତ୍ରୀ ଲୋକ ତାର ଛୁଆ ହଜିଯାଇଥିବା ପୋଲିସ ପାଖରେ ଅଭିଯୋଗ କରିଥିବାରୁ ପୋଲିସ ଖୋଜା,ଖୋଜି କରୁଛନ୍ତି ବୋଲି ସୁଦାମ ବେହେରା ଶ୍ରୀ ଦାଶଙ୍କୁ ଜଣେଇଥିଲେ । ତାପରେ ପୋଲିସ ଅଧିକାରୀ ସତ୍ୟଜିତ କାଣ୍ଡେଲକରଙ୍କୁ ଫୋନଯୋଗେ ଜଣେଇବାରୁ ପୋଲିସ ଛୁଆର ମାଆକୁ ନେଇ ଷ୍ଟେସନ ପହଞିଥିଲା । ପରେପରେ ତାର ସ୍ୱାମୀ ମଧ୍ୟ ପହଞ୍ଚିଥିଲେ । ଊଭୟ ଶିଶୁ ଓ ମାଆକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାଆ ଅଚେତ ଥିବାରୁ ତାଙ୍କୁ ଚିକିତ୍ସା କରାଯାଇଥିଲା ।

ପ୍ରକାଶ ଥାଉକି ଉଭୟ ମାଆ ଓ ଦୁଇଟି ଶିଶୁ କାହ୍ନା ବସରେ ବଡବାଙ୍କି ଟିକ୍ରାପଡାରୁ କଣ୍ଟାବାଞ୍ଜି ଆସୁଥିଲେ । ଏହି ମହତ କାର୍ଯ୍ୟରେ କଣ୍ଟାବାଞ୍ଜି ପୋଲିସ, ରେଳବାଇ ପୋଲିସ, ଜନସାଧାରଣ, ବିବେକ ରାୟ ଆଦି ସହଯୋଗ କରିଥିଲେ ।