ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକାରେ ତଳକୁ ଖସିଲା ଭାରତର ସ୍ଥାନ

0
223

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୧୬/୧୦) : ଭୋକିଲା ତାଲିକାରେ ତଳକୁ ଖସିଲା ଭାରତର ସ୍ଥାନ l ୨୦୨୧ ‘ବିଶ୍ୱ କ୍ଷୁଧା ସୂଚକାଙ୍କ’ ରେ (ଜିଏଚ୍‌ଆଇ) ଅନ୍ତର୍ଭୁକ୍ତ ବିଶ୍ୱର ୧୧୬ ଟି ଦେଶରୁ ଭାରତ ୧୦୧ ତମ ସ୍ଥାନକୁ ଖସି ପଡ଼ୋଶୀ ଦେଶ ପାକିସ୍ତାନ ଓ ବାଂଲାଦେଶ ତଳେ ରହିଛି l ୨୦୨୦ରେ ଉପରୋକ୍ତ ସୂଚକାଙ୍କରେ ଭାରତ ୯୪ ତମ ସ୍ଥାନରେ ଥିଲା । WhatsApp Image 2021 10 16 at 9.17.31 AM ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକାରେ ତଳକୁ ଖସିଲା ଭାରତର ସ୍ଥାନ

ଚାରିଟି ‘ସୂଚକ’କୁ ଆଧାର କରି ‘ଜିଏଚ୍‌ଆଇ’ ସ୍କୋର ହିସାବ କରାଯାଏ । କୁପୋଷଣ (ଉଚ୍ଚତା ଅନୁସାରେ କମ୍‌ ଓଜନ ଥିବା ୫ ବର୍ଷର ପିଲା), କ୍ଷୀଣକାୟ (ବୟସ ତୁଳନାରେ ପତଳା), ଅତି ବାଙ୍ଗରା ( ୫ ବର୍ଷ ବୟସରେ ହେବାକୁ ଥିବା ଉଚ୍ଚତା ଠାରୁ କମ୍‌ ଉଚ୍ଚତା) ଏବଂ ଶିଶୁ ମୃତ୍ୟୁହାର ଆଦିକୁ ଆକଳନ କରାଯାଇ ଏହି ବିଶ୍ୱ କ୍ଷୁଧା ସୂଚକାଙ୍କ ନିରୂପଣ କରାଯାଏ ।

୫ରୁ କମ୍‌ ସ୍କୋର୍‌ ହାସଲ୍‌ କରିଥିବା ଚୀନ୍‌, ବ୍ରାଜିଲ୍‌ ଏବଂ କୁଏତ୍‌ ସମେତ ୧୮ ଟି ଦେଶ ‘ସୂଚକାଙ୍କ’ର ଶୀର୍ଷ ସ୍ତରରେ ଥିବା କ୍ଷୁଧା ଓ କୁପୋଷଣ ଉପରେ ଦୃଷ୍ଟି ରଖିଥିବା ‘ଗ୍ଲୋବାଲ୍‌ ହଙ୍ଗର୍‌ ଇଣ୍ଡେକ୍ସ୍‍’ ୱେବ୍ସାଇଟ ଗୁରୁବାର ଦିନ କହିଛି । କୋଭିଡ୍‌-୧୯ ଏବଂ ଏହି ମହାମାରୀ ଜନିତ କଟକଣା ପ୍ରଭାବରୁ ସମଗ୍ର ବିଶ୍ୱ ତୁଳନାରେ ଭାରତରେ ସବୁଠୁ ଅଧିକ ପିଲା ପତଳା ହୋଇଯାଇଛନ୍ତି ।

‘ବିଶ୍ୱ କ୍ଷୁଧା ସୂଚକାଙ୍କ ରେ ନେପାଳ ୭୬, ବାଂଲାଦେଶ ୭୬, ମିଆଁମାର୍‌ ୭୧ ଏବଂ ପାକିସ୍ତାନ ୯୨ ତମ ସ୍ଥାନରେ ରହି ‘ଉଦ୍‌ବେଗଜନକକ୍ଷ’ ସ୍ଥିତିରେ ରହିଛନ୍ତି । କିନ୍ତୁ, ଜନସାଧାରଣଙ୍କ ଖୁଆଇବାରେ ନେପାଳ, ବାଂଲାଦେଶ, ମିଆଁମାର୍‌ ଏବଂ ପାକିସ୍ତାନ ଭାରତ ଠାରୁ ଯଥେଷ୍ଟ ଅଗ୍ରଣୀ ଅଛନ୍ତି । କିନ୍ତୁ, ୫ ବର୍ଷ ବୟସରୁ କମ୍‌ ଶିଶୁ ମୃତ୍ୟୁ ଭଳି ଅନ୍ୟାନ୍ୟ କ୍ଷେତ୍ରରେ ଭାରତ ଉନ୍ନତି କରିଥିବା କଥା ଏହି ସୂଚକାଙ୍କରେ ଦର୍ଶାଯାଇଛି ।