ମମିତାଙ୍କ ହତ୍ୟା ଘଟଣାରେ ବଡ଼ ଖୁଲାସା, ଗୋବିନ୍ଦ ଓ ଡ୍ରାଇଭର ବଖାଣିଲେ ମୃତ୍ୟୁର କାହାଣୀ

0
333

ରିପୋର୍ଟ : ସନ୍ତୋଷ ନାୟକ //
ଏପଟେ ବଲାଙ୍ଗିରରେ ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ ବହିଷ୍କାର ଦାବି କଲା ବିଜେପି ମହିଳା ମୋର୍ଚ୍ଚା
ବଲାଙ୍ଗୀର/କଳାହାଣ୍ଡି,(୨୦/୧୦) : କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତାଙ୍କ ହତ୍ୟା ଘଟଣାରେ ତେଜିଛି ରାଜନୀତି । ଆଜି ଏହି ସମ୍ବେଦନଶୀଳ ଘଟଣାରେ ବିଜେଡି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଅଭିଯୋଗରେ ମନ୍ତ୍ରୀ ଙ୍କ ବହିଷ୍କାର ଦାବି କରିଛି ବିଜେପି l ସେପଟେ ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଡ୍ରାଇଭରକୁ ଗିରଫ କରି ପଚରାଉଚରା ଆରମ୍ଭ କରିଛି ପୋଲିସ ।56db4f57 ec18 485e a6f2 9a34bec5d2fc ମମିତାଙ୍କ ହତ୍ୟା ଘଟଣାରେ ବଡ଼ ଖୁଲାସା, ଗୋବିନ୍ଦ ଓ ଡ୍ରାଇଭର ବଖାଣିଲେ ମୃତ୍ୟୁର କାହାଣୀ

ମମିତାଙ୍କ ହତ୍ୟା ଘଟଣାରେ ବଲାଙ୍ଗୀର ପୋଲିସ ପ୍ରଶାସନ କୁ ବଡ଼ ସୂଚନା ମିଳିଥିବା ଜଣାଇଛନ୍ତି । ଗୋବିନ୍ଦ ଓ ଡ୍ରାଇଭରକୁ ଜେରା ପରେ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ପଚରା,ଉଚରା ପରେ ମମିତା ମୃତ୍ୟୁ ଘଟଣାର ବଡ଼ ଖୁଲାସା ହୋଇଛି ।

ମହାଲିଙ୍ଗ ମିଷ୍ଟ୍ରିରେ ମମିତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି ଗୋବିନ୍ଦ । ଗୋବିନ୍ଦ ସାହୁ ସମେତ ୪ ଜଣଙ୍କୁ ଅଟକ ରଖି ପୋଲିସ ଜେରା କରୁଛି । ଗୋବିନ୍ଦ ସହଯୋଗୀ ରାଧେ, ଜେସିବି ଡ୍ରାଇଭର, ଷ୍ଟାଡିୟମ ମୁନସି କୁ ପୋଲିସ ଅଟକ ରଖିଛନ୍ତି । ସେହିପରି ବଲାଙ୍ଗୀର କଳାହାଣ୍ଡି ପୋଲିସର ମିଳିତ ତଦନ୍ତ ପ୍ରକ୍ରିୟା ଚାଲିଥିବା ବେଳେ ତଥା ବଲାଙ୍ଗୀର ଜିଲ୍ଲାର ସିଂନ୍ଧେକେଲା ପୋଲିସ ଅଧିନରେ ଆସୁଥିବା ଯୋଗୁଁ କେବଳ ଅଭିଯୁକ୍ତ ଗୋବିନ୍ଦକୁ ବଙ୍ଗୋମୁଣ୍ଡା ଜେ ଏମ ଏଫ ସି କୋର୍ଟ ହାଜର କରାଯିବ ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ, ୭ ତାରିଖରେ ଷ୍ଟାଡିୟମରେ ଗାତ ଖୋଳିବାକୁ ଗୋବିନ୍ଦ କହିଥିଲେ । ଦିନକ ପରେ ଗାତ ପୋତିବା ପାଇଁ ଗୋବିନ୍ଦ କହିଥିଲା । ତଳେ କାଠ ପ୍ଲାଏ ଓ ଉପରେ ଟାୟାର ରଖି ପୋଡା ଯାଇଥିବା ସୂଚନା ମିଳିଛି । ମୃତଦେହରେ ଯଥେଷ୍ଟ ପରିମାଣର ଲୁଣ ଦିଆଯାଇଥିଲା । ମମିତାଙ୍କୁ ହତ୍ୟା ପାଇଁ ପୂର୍ବରୁ ହତ୍ୟା ଷଡ଼ଯନ୍ତ୍ର କରିଥଲା ଗୋବିନ୍ଦ । ଷଡଯନ୍ତ୍ର କରି ମମିତାଙ୍କୁ ଘରୁ ଡାକିଆଣି ଅଧା ରାସ୍ତାରୁ ଗାଡ଼ିରେ ନେଇଥିଲା ଗୋବିନ୍ଦ ସାହୁ । ଭବାନୀପାଟଣାରୁ ଫେରିବା ସମୟରେ ରାସ୍ତାରେ ହତ୍ୟା କରାଯାଇଥିଲା । ମମିତାଙ୍କୁ କାର ଭିତରେ ହିଁ ହତ୍ୟା କରିଥିବା ସୂଚନା ମିଳିଛି । ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ଜଣାପଡିଛି । ହତ୍ୟା ପରେ ମୃତଦେହକୁ ପୋଡ଼ିବା ପାଇଁ ଯୋଜନା ହୋଇଥିଲା । ଜେସିବି ଡ୍ରାଇଭରକୁ ଗାତ ଖୋଳିବାକୁ ନିର୍ଦ୍ଦେଶ ଦେଇଥିଲା ଗୋବିନ୍ଦ ।

ଆଜି ମମିତା ମେହେର ମୃତ୍ୟୁ ଘଟଣାକୁ ନେଇ ବଲାଙ୍ଗିର ସହରରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ଏସ୍ ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମନ୍ତ୍ରୀ ଦିବ୍ୟ ଶଙ୍କର ଙ୍କ ବହିଷ୍କାର ଦାବି କରିଛନ୍ତି l ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କୁ ଫେରାର କରିବାରେ ମନ୍ତ୍ରୀ ଦିବ୍ୟଶଙ୍କର ଙ୍କ ହାତ ରହିଥିଲା । ବଲାଙ୍ଗିର ଏମ୍ ପି ସଙ୍ଗୀତା କୁମାରୀ ସିଂହଦେଓ ଯୋଗ ଦେଇ ନିଜ ଉଦବୋଧନ ରେ ମମିତା ଙ୍କ ମୃତ୍ୟୁ ପଛରେ ଶାସକ ଦଳ ର ମନ୍ତ୍ରୀ ଙ୍କ ସମ୍ପୃକ୍ତି ଥିବା ପ୍ରମାଣିତ ହୋଇସାରିଛି ବୋଲି କହିଥିଲେ l

ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ତୁରନ୍ତ ନିଜ ପଦରୁ ହଟିଯିବାକୁ ବିଜେପି ଦଳ ପକ୍ଷରୁ ଦାବୀ କରାଯାଇଛି l ଏହି ବିକ୍ଷୋଭ ପ୍ରଦର୍ଶନ ରେ ବିଜେପି ମହିଳା ମୋର୍ଚ୍ଚାର ଶତାଧିକ ମହିଳା ଓ ବିଜେପି କର୍ମୀ ଯୋଗ ଦେଇଥିଲେ |