ବିନା ଛୁଞ୍ଚିରେ ଟୀକା ନେବେ ଶିଶୁ : ଦୁଇଟି ଟୀକା ନେବାକୁ ପରାମର୍ଶ

0
269

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୨୨/୧୦) : ବିନା ଛୁଞ୍ଚିରେ ଟୀକା ନେବେ ଶିଶୁ । ଦୁଇଟି ନେବାକୁ ପରାମର୍ଶ ଦିଆଯାଛି ବୋଲି ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ବିନା ଛୁଞ୍ଚିରେ ଟୀକା ଯାଇପର ଡି ଯାହାକୁ ଡିସିଜିଆଇ ଅନୁମତି ଦେଇଛନ୍ତି ୧୨ ରୁ ୧୮ବର୍ଷ ଶିଶୁ ଙ୍କ ପାଇଁ । କୋଭାକସିନ ଯାହାକୁ ଏକଜାମିନ କରି ଡିସିଜିଆଇ ଅନୁମତି ଦେବେ ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି । ସେ ଆହୁରି କହିଛନ୍ତି, ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂଧ୍ୟା ରେ ଭିଡ଼ିଓ କନଫରସିଂ ମଧ୍ୟମ ତାଲିମ୍ ଦିଆଯିବ । ରାଜ୍ୟ ରେ ୨ବର୍ଷ ରୁ ୧୮ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ଟୀକା ଦିଆଯିବ ।

ତେବେ ୧ କୋଟି ୪୦ ଲକ୍ଷ ଶିଶୁ ଅଛନ୍ତି, ଯଦି ଏକା ସାଙ୍ଗେ ଆମେ ଶିଶୁ ଙ୍କୁ ଟୀକା ଦେବା ପାଇଁ ଆରମ୍ଭ କରିବୁ ତେବେ ଆମକୁ ଟୀକାକାରଣ କେନ୍ଦ୍ର ବଢେ଼ଇବାକୁ ପଡିବ । ଯେଉଁ ମୁହୂର୍ତ୍ତ ରେ ନିର୍ଦେଶକ ଆସିବା ସଙ୍ଗେ ସଙ୍ଗେ ଆମେ କାର୍ଯ୍ୟକ୍ରମ ଆରମ୍ଭ କରିବୁ ବୋଲି ସେ କହିଛନ୍ତି । ବିଜୟ ପାଣିଗ୍ରାହୀ କହିଛନ୍ତି, ଯେହେତୁ ପିଲାମାନେ ଇଞ୍ଜେକ୍ସନ କୁ ଟିକେ ଡରନ୍ତି ତେବେ ସେମାଙ୍କୁ ଫର୍ମା ଡେପ୍ ଥ ଟେକ୍ନୋଲୋଜି ମଧ୍ୟମରେ ଟୀକା ଦିଆଯିବ । ଏଥିପାଇଁ ସ୍ୱତନ୍ତ୍ର ଟିକା ଆସିବ ସେଇ ଅନୁସାରେ ଆମେ ଟୀକାକରଣ କରାଇବୁ ।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଆମେ ୩କୋଟି ୫୦ଲକ୍ଷ ଡୋଜ ଟୀକା ଦିଆସାରିଲାଣି କ୍ଷ ୨କୋଟି ୪୭ଲକ୍ଷ ପ୍ରଥମ ଡୋଜ ୭୮% ଓ ୧କୋଟି ୩ଲକ୍ଷ ଦ୍ୱିତୀୟ ଡୋଜ ୩୩% ଦିଆସାରିଛି । ଆଜି ୧୮୩୦ ଟି ଟୀକାକରଣ କେନ୍ଦ୍ର ରେ ଟୀକାକରଣ କରାଯାଉଛି କ୍ଷ ବର୍ତ୍ତମାନ ରାଜ୍ୟ ରେ ୨୪ ଲକ୍ଷ ଟୀକା ମହଜୁଦ ଅଛି ।