-5.7 C
Innichen
Saturday, January 22, 2022

ବେଆଇନ ଭାବେ ଧାନବିକ୍ରୀ ଘଟଣାରେ ବାଉଶୁଣୀ ପେକ୍ସ ସମ୍ପାଦକ ନିଳମ୍ବିତ, ଡ଼ିଇଓ ଚାକିରୀରୁ ବହିଷ୍କୃତ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା,(୨୦/୧୦) : ବେଆଇନ ଭାବେ ଧାନବିକ୍ରୀ ଘଟଣା | ବିନିକା ବ୍ଲକ ବାଉଶୁଣୀ ପ୍ରାଥମିକ ସେବା ସମବାୟ ସମିତିରେ ଗତ ରବି ଋତୁରେ ପଡିଆ ଜମିକୁ ବେଆଇନ ଭାବେ ଚଞ୍ଚକତା କରି ଧାନଚାଷ ହୋଇଥିବା ଦର୍ଶାଇ ବାଉଶୁଣୀ ପେକ୍ସ ରେ ପଞ୍ଜିକରଣ କରାଯାଇ ଶତାଧିକ କ୍ଵିଣ୍ଟାଲ ଧାନ ବିକ୍ରୀ ହୋଇଛି ।

ଯାହା ଫଳରେ ଏହି ସ୍ବର୍ଷକାତର ଘଟଣାରେ ସମ୍ପୃକ୍ତ ଦୁଇ ଚାଷୀ ମାର୍କଣ୍ଡ ମଲ୍ଲିକ ଓ ପଞ୍ଚାନନ ହୋତା ଙ୍କ ନାମରେ ବିନିକା ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପେକ୍ସ ର ସମ୍ପାଦକ ଜିତେନ୍ଦ୍ରିୟ ହୋତା ଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ବେଳେ ଚରଦା ପେକ୍ସ ସମ୍ପାଦକ ରବିନାରାୟଣ ଥନାପତି ଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି । ସେହିପରି ଉକ୍ତ ପେକ୍ସର ଡାଟା ଏଣ୍ଟ୍ରି ଅପରେଟର (ଡିଇଓ )ରମେଶ ଚନ୍ଦ୍ର ପୁରୋହିତଙ୍କୁ ମଧ୍ୟ ବେଆଇନ ଭାବେ ଧାନବିକ୍ରୀ ଘଟଣାରେ କାର୍ଯ୍ୟରୁ ବହିଷ୍କୃତ କରାଯାଇଥିବା ପେକ୍ସ ପ୍ରଶାସକ ଅକ୍ଷୟ କୁମାର ମେହେର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟଯେ ଅଙ୍ଗନଦୀ କୂଳରେ ଥିବା ମାର୍କଣ୍ଡ ମଲ୍ଲିକ ଙ୍କ ନାମରେ ଥିବା ପ୍ରାୟ ୭ ଏକର ପଡିଆ ଜମିକୁ ସେ ବାଉଶୁଣୀ ଶ୍ରୀ ଜଗନ୍ନାଥ ଜୁନିୟର କଲେଜ କୁ ଦାନ କରିଥିଲେ । କିନ୍ତୁ ସେହି ଗ୍ରାମର ପଞ୍ଚାନନ ହୋତା ଭାଗଚାଷ କରିଥିବା ଉକ୍ତ ପଡିଆ ଜମି କୁ ଦର୍ଶାଇ ଧାନବିକ୍ରି ପାଇଁ ପେକ୍ସ ରେ ପଞ୍ଜିକରଣ କରି ସକ୍ଷମ ହୋଇଥିଲେ ଓ ସେ ଧାନବିକ୍ରୀ କରି ସରକାର ଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ହାସଲ କରିଥିଲେ ।

ଏହି ଘଟଣା ଜଣା ପଡିବା ପରେ ଗ୍ରାମବାସୀ ଙ୍କ ତରଫରୁ ସୁବର୍ଣ୍ଣପୁର ଜିଲ୍ଲପାଳ ଙ୍କ ଠାରେ ଅଭିଯୋଗ ହୋଇଥିଲା । ପରେ ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ଏହାର ତଦନ୍ତ ଆରମ୍ଭ ହୋଇଥିଲା । କୌଡିଆମୁଣ୍ଡା ଆରଆଇ ପ୍ରଦୀପ ମେହେର, ଗ୍ରାମ୍ୟ କୃଷି ଅଧିକାରୀ ରାଜେଶ ମିଶ୍ର ଉକ୍ତ ଜମିକୁ ତଦନ୍ତ କରି ପଡିଆ ଜମି ଚାଷ ହୋଇନଥିବା ଉପରିସ୍ଥ ଅଧିକାରୀ ଙ୍କୁ ରିପୋର୍ଟ ଦେଇଥିଲେ ।

ଧାନବିକ୍ରୀ ରେ ଚଞ୍ଚକତା ହୋଇଥିବା ଜଣାପଡିବା ପରେ ସୁବର୍ଣ୍ଣପୁର ଏଆରସିଏସ ପାଣୁ ଚରଣ ସାହୁ ଙ୍କ ନିର୍ଦ୍ଧେଶ କ୍ରମେ ପେକ୍ସ ପ୍ରଶାସକ ଅକ୍ଷୟ କୁମାର ମେହେର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାଷୀ ମାର୍କଣ୍ଡ ମଲ୍ଲିକ ଓ ପଞ୍ଚାନନ ହୋତା ଙ୍କ ନାମରେ ବିନିକା ଥାନାରେ ଏତଲା ଦେଇଛନ୍ତି । ଅନ୍ୟ ପକ୍ଷରେ ମାର୍କଣ୍ଡ ମଲ୍ଲିକ ଉକ୍ତ ପଡିଆ ଜମିର ଧାନ ବିକ୍ରୀ ରେ ମୋର କିଛି ସମ୍ପୃକ୍ତି ନାହିଁ ତାହା ମୁଁ କଲେଜ କୁ ଦାନ ଦେଇଦେଇଛି ।

ଏଥିରେ ପେକ୍ସ କତ୍ତୃପକ୍ଷ୍ୟ , ଓ ପଞ୍ଚାନନ ହୋତା ଙ୍କ ମଧ୍ୟରେ ଭିତିରିଆ ସଲାସୁତୁରା ହୋଇ କରାଯାଇଛି ବୋଲି ସେ ବିନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଘଟଣା ଉପରେ ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରିରଖିଛି । ଏହି ଘଟଣାକୁ ନେଇ ସୋନପୁର ଏସଡିପିଓ ପୁଷ୍ପାଞ୍ଜଳି ନିଗ୍ନୀ ବିନିକା ଥାନାକୁ ଆସି ଘଟଣାର ଟିକିନିକି ତଦନ୍ତ କରିଛନ୍ତି ।

Related Articles

Stay Connected

0FansLike
3,129FollowersFollow
19,100SubscribersSubscribe
- Advertisement -spot_img

Latest Articles