ଓଡିଶା ସାମ୍ବାଦିକ ସଂଘ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

0
278

ରିପୋର୍ଟ : ଜଗଦୀଶ ଦାଶ
କନ୍ଧମାଳ,ରାଇକିଆ,(୨୩/୧୦) : ଓଡିଶା ସାମ୍ବାଦିକ ସଂଘ କନ୍ଧମାଳ ଶାଖାର ସାଧାରଣ ପରିଷଦ ବୈଠକ ଫୁଲବାଣୀ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ କୁ ଫୁଲବାଣୀ ବିଧାୟକ ଅଙ୍ଗଦ କଂହର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ |

ବୈଠକରେ ଓଡିଶା ସାମ୍ବାଦିକ ସଂଘ ର ଜିଲ୍ଲା ସଭାପତି ରାଧାମୋହନ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ଶଶୀ ଭୂଷଣ ପ୍ରହରାଜ ଏବଂ ରାଜ୍ୟ କୋଷାଧ୍ୟକ୍ଷ ଅରୁଣ କୁମାର ଶଢଙ୍ଗୀ ଯୋଗ ଦେଇଥିଲେ । ଜିଲ୍ଲା ସମ୍ପାଦକ ପ୍ରିୟବ୍ରତ ସାହୁ ଏଥିରେ ଅତିଥି ଙ୍କୁ ସ୍ୱାଗତ ଜଣାଇବା ସହ ଆସନ ଅଳକୃତ ପାଇଁ ଅତିଥିଙ୍କୁ ନିମନ୍ତ୍ରଣ କରିଥିଲେ ।

ଏହା ପରେ ସଭାପତି ରାଧାମୋହନ ମହାପାତ୍ର ମୁଖ୍ୟ ଅତିଥି,ସମ୍ମାନିତ ଅତିଥି ଏବଂ ସଂଘର ଉପସ୍ଥିତ ସଭ୍ୟ ଙ୍କୁ ଶୁଭେଚ୍ଛା ଦେବା ସହ ସଂଘର ପରିଚାଳନା ସମ୍ପର୍କରେ ସମ୍ୟକ ଦୃଷ୍ଟି ଦେଇଥିଲେ । ରାଜ୍ୟ ସମ୍ପାଦକ ଶଶୀ ଭୂଷଣ ପ୍ରହରାଜ ଏବଂ କୋଷାଧ୍ୟକ୍ଷ ଅରୁଣ କୁମାର ଶଢଙ୍ଗୀ ସାମ୍ବାଦିକ ଙ୍କ ସୁରକ୍ଷା ଓ ସରକାରଙ୍କ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା କରଣ ସହ ସରକାରଙ୍କ ବିଭିନ୍ନ ଯୋଜନାରେ ସାମ୍ବାଦିକ ଙ୍କୁ କିଭଳି ଅନ୍ତର୍ଭୁକ୍ତ କରି ସହାୟତା ଯୋଗାଇ ଦିଆଯାଇ ପାରିବ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଆଉ ମୁଖ୍ୟ ଅତିଥି ବିଧାୟକ ଅଙ୍ଗଦ କଂହର କନ୍ଧମାଳ ଜିଲ୍ଲାର ବିକାଶରେ ସାମ୍ବାଦିକଙ୍କର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଅଛି ।

ଏଣୁ ସାମ୍ବାଦିକ ମାନଙ୍କ କାର୍ଯ୍ୟକୁ ସେ ଭୂୟସୀ ପ୍ରଶଂସା କରିଥିଲେ । ତେବେ ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଓଡିଶା ସାମ୍ବାଦିକ ସଂଘର ସଦସ୍ୟ ମାନେ ଯୋଗ ଦେଇଥିବା ବେଳେ ଶେଷରେ ଜିଲ୍ଲା କୋଷାଧ୍ୟକ୍ଷ ବଟକୃଷ୍ଣ ଦାସ ଅତିଥି, ସମ୍ମାନିତ ଅତିଥି ଓ ସଭିଙ୍କୁ ଧନ୍ୟବାଦ ଜଣାଇଥିଲେ ।