ତେଲିବନ୍ଧ ରୁ ଡିଡିଙ୍ଗା ପଦର PWD ରାସ୍ତା ମରାମତି ଦାବି

0
233

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୪/୧୦) : ସରକାର ତୃଣମୂଳ ଠାରୁ ଆରମ୍ଭ କରି ମାଳ ମାଳ ଯୋଜନା ବାହାର କରୁଛନ୍ତି । କିନ୍ତୁ ଜନସାଧାରଣ ଯୋଜନା ପାଇବା ପୂର୍ଵରୁ ବାଟମାରଣା ହେବା ନିତି ଦିନିଆ ଘଟଣା ଦେଖିବାକୁ ମିଳୁଛି | ସେହିପରି ତେଲିବନ୍ଧ ରୁ ଡିଡିଙ୍ଗା ପଦର PWD ରାସ୍ତା ମରାମତି ଦାବି ହେଉଛି |

ରାସ୍ତାଘାଟ ଠାରୁ ଆରମ୍ଭ କରି, ଆବାସଘର, ଚିକିତ୍ସାଲୟ, ଶିକ୍ଷାନୁଷ୍ଠାନ ଖୋଲା ଯାଉଛି | ରାଜ୍ୟ ସରକାର ଙ୍କ ରାଜ କୋଷ ରୁ ଅର୍ଥ ଖର୍ଚ୍ଚ ହେଉଛି କିନ୍ତୁ ସାଧାରଣ ଯନ୍ତ୍ରୀ ଠିକାଦାର ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଅଳ୍ପ ଦିନ ବା ସମୟ ସୀମା ଭିତରେ ନିମ୍ନ ମାନର କାର୍ଯ୍ୟ ହେତୁ ସବୁ ଯୋଜନା ର ପୁନରାବୃତ୍ତି ଘଟୁଛି । ଏହିଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ତେଲିବନ୍ଧ ପଞ୍ଚାୟତ ୫୭ ନଂ ଜାତୀୟ ରାଜପଥ ଠାରୁ ଡିଡିଙ୍ଗା ପଦର ପ୍ରଯ୍ୟନ୍ତ PWD ରାସ୍ତା ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି । ତେଲିବନ୍ଧ ରୁ ଡିଡିଙ୍ଗା ପଦର ରାସ୍ତାର ସ୍ଥାନେ ସ୍ଥାନେ ଖାଲ ଖମାରେ ପରିଣତ ହେବା ସହ ମେଟାଲ ଗୁଡିକ ଉଠିଯାଇଥିବା ଯୋଗୁଁ ଜନସାଧାରଣ ବିଭିନ୍ନ ସମୟରେ ଦୁର୍ଘଟଣା ର ଶିକାର ହେଉଛନ୍ତି ।

ବାଇକ ଚାଳକ ଯେତେ ନିଜକୁ ସୁରକ୍ଷା ଦେବା ପାଇଁ ଚେଷ୍ଟା କଲେ ବି ଦୁର୍ଘଟଣା ର ଶିକାର ହେଉଛନ୍ତି । ଯାହାକି ବାଇକ ଚାଳକ ଓ ଯାତାୟାତ କରୁଥିବା ଜନସାଧାରଣ ମଧ୍ୟ ଏହି ଦୁର୍ଘଟଣା ରେ ପଡୁଛନ୍ତି । ଏପଟେ ସରକାର ବା ପ୍ରଶାସନ ଜନସାଧାରଣ ଙ୍କ ପାଇଁ ବିଭିନ୍ନ ପରିବହନ ଓ ଗମନା ଗମନ କ୍ଷେତ୍ରରେ ନୂଆଁ ନୂଆଁ ନିୟମ ଲାଗୁ କରୁଥିବା ବେଳେ ଓ ପ୍ରତିଶ୍ରୁତି ଦେଉଥିବା ବେଳେ ସେପଟେ ରାସ୍ତାର ଅବସ୍ଥା ବେହାଲ ହୋଇ ପଡ଼ିଥିଲେ ମଧ୍ୟ ରାସ୍ତା ଗୁଡିକର ମରାମତି ଉପରେ କାହାରି ଦୃଷ୍ଟି ପଡୁନି |

ତେଣୁ ସ୍ଥାନୀୟ ଜନସାଧାରଣ ପ୍ରଶାସନ କୁ ସିଧା ସଳଖ ଆଙ୍ଗୁଠି ନ ଉଠାଇବା ପୂର୍ବରୁ । ତୁରନ୍ତ ରାସ୍ତା ମରାମତି ପାଇଁ ପ୍ରଶାସନ ଦୃଷ୍ଟି ଗୋଚର କରିବା ଦରକାର ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ସାଧାରଣ ଜନତା |