ଅନଲାଇନ ମାଧ୍ୟମରେ ବିଭିନ୍ନ ପ୍ରତିଯୋଗିତାରେ ଲଖମରା ସ୍କୁଲ ଛାତ୍ରଛାତ୍ରୀଙ୍କ କୃତିତ୍ୱ

0
255

b62f7c9f 2278 460e a577 2076e8b93e1b ଅନଲାଇନ ମାଧ୍ୟମରେ ବିଭିନ୍ନ ପ୍ରତିଯୋଗିତାରେ ଲଖମରା ସ୍କୁଲ ଛାତ୍ରଛାତ୍ରୀଙ୍କ କୃତିତ୍ୱରିପୋର୍ଟ : ନିରଞ୍ଜନ ତ୍ରିପାଠୀ //
ବରଗଡ,(16/7) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଳକ ରେ ଗତ ଦୁଇ ଦିନ ଧରି ପାଇକମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମାନ ଚୁଡ଼ାମଣି ବାରିକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବ୍ଳକର ସମସ୍ତ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଅନଲାଇନ ମାଧ୍ୟମରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା |

ଅନଲାଇନ ମାଧ୍ୟମରେ ବିଭିନ୍ନ ପ୍ରତିଯୋଗିତାରେ ପାଇକମାଳ ବ୍ଳକର ଲଖମରା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବ୍ଳକ ତଥା ଜିଲ୍ଲା ସ୍ତରରେ ସଫଳତା ଅର୍ଜନ କରିଛନ୍ତି | ସିନିୟର୍ କବିତାବୃତ୍ତି ରେ ଲିସା ସାହୁ ୨ୟ ସ୍ଥାନ ଏବଂ ବକୃତା ରେ ତନ୍ମୟୀ ବିଭାର ୩ୟ,କ୍ୟୁଜ୍ ରେ ସ୍ୱର୍ଣପ୍ରଭା ପଟେଲ ୩ୟ, ବିଜ୍ଞାନ ମେଳା ଓ କ୍ୟୁଜ୍ ରେ ପୁଣି ସିମରନ୍ ପଟେଲ ପ୍ରଥମ ସ୍ଥାନ ଅଧିକାର କରି ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ର ସୁନାମ ଅର୍ଜନ କରିଛନ୍ତି |

“ଓଡ଼ିଶା ସାହିତ୍ୟ ଏକାଡେମୀ” ଦ୍ଵାରା ଆୟୋଜିତ ଜିଲ୍ଲାସ୍ତର କ୍ୟୁଜ୍ ରେ ମଧ୍ୟ ସିମରନ୍ ପଟେଲ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ମନୋନୀତ ହୋଇ ବରଗଡ ଜିଲ୍ଲା ତଥା ସ୍କୁଲ ର ଗୈାରବ ଆଣିବାରେ ସହାୟକ ହୋଇପାରିଛନ୍ତି | ଏଥିପାଇଁ ସ୍କୁଲର ଶିକ୍ଷକ ତଥା କର୍ମଚାରୀ ମହଲରେ ଖୁସିର ଲହରୀ ଖେଳିଯାଇଛି |