କାଶୀନଗର ଅଞ୍ଚଳ ରେ ବି ଏସ ଏନ୍ ଏଲ ସେବା ବନ୍ଦ : ବିଦ୍ୟୁତ୍ ବିଲ ବକେୟା କାରଣ

0
170

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୨୭/୧୦) : କାଶୀନଗର ହଦୁଭଙ୍ଗୀ ଖାଣ୍ଡବା ଠାରେ ଥିବା ଟେଲିଫୋନ ଏକ୍ସଚେଞ୍ଜ ରେ ବିଦ୍ୟୁତ୍ କାଟ ହେବା ଫଳରେ କାଶୀନଗର ଅଞ୍ଚଳ ରେ ବି ଏସ ଏନ୍ ଏଲ ସେବା ବନ୍ଦ ହୋଇଯାଇଛି ।

ପ୍ରକାଶ ଥାଉ କି, କାଶୀନଗର ଅଞ୍ଚଳ ରେ ଏହି ସବୁ ଏକ୍ସଚେଞ୍ଜ ଲକ୍ଷାଧିକ ଟଙ୍କା ବିଦ୍ୟୁତ୍ ଦେୟ ବାକି ରହିଥିବାରୁ ଏଗୁଡ଼ିକ ରୁ ବିଦ୍ୟୁତ୍ ବିଛିନ୍ନ କରାଯାଇଥିବା ବିଦ୍ୟୁତ୍ ବିଭାଗ ତରଫରୁ କୁହାଯାଇଛି । ବର୍ତ୍ତମାନ ବ୍ୟାଙ୍କ୍,ଟ୍ରେଜେରି ବ୍ଲକ୍ ଓ ଅନ୍ୟାନ୍ୟ ସଂସ୍ଥା ଯେଉଁ ମାନେ ଅନ୍ ଲାଇନ୍ ସେବା ଉପରେ ନିର୍ଭର କରନ୍ତି ଏହି ସେବା ଠପ ହୋଇଯିବ । ଯାହା ଫଳରେ ବ୍ୟାଙ୍କ୍ ରୁ ଟଙ୍କା ଉଠାଇବା, ପେନସନ ଭୋଗି, p ଦରମା ପତ୍ର କାମ ବାଧାପ୍ରାପ୍ତ ହେବ ।

ବି ଏସ ଏନ୍ ଏଲ କର୍ତ୍ତୃପକ୍ଷ ଏତେ ଟଙ୍କା ବାକି ରଖିଲେ କିପରି,ଏପଟ ସରକାର ରିଲାଇନ୍ସ ଏଇର ଟେଲ ଭଳି ଘୋରାଇ ସଂସ୍ଥା କୁ ପୋଷି ସରକାରୀ ସଂସ୍ଥା କୁ ପଙ୍ଗୁ କରିବାର ଫଳ ଏହା ହୋଇପାରେ । ଏଣୁ ତୁରନ୍ତ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଉପଭୋକ୍ତା ମାନେ ଦାବି ଜଣାଇଛନ୍ତି ।