ନିଖୋଜ ବଡ଼ଭାଇ ର ହତ୍ୟାକାରୀ ସାନଭାଇ : ମୃତ ଦେହ ଉଦ୍ଧାର

0
210

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୨୭/୧୦) : ନିଖୋଜ ବଡ଼ଭାଇ ର ହତ୍ୟାକାରୀ ବାହାରିଲା ସାନଭାଇ | ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ଅଧିନସ୍ଥ ଗୋରୁବଜାର ନିବାସୀ √ଗିଦଲି ବେହେରା ନାମକ ଜଣେ ବ୍ୟକ୍ତି ଙ୍କ ବଡ଼ ପୁଅ ସଞ୍ଜୟ ବେହେରା(ବ-୩୩) ଗତ ତା ୪/୧୦/୨୦୨୧ ରୁ ନିଖୋଜ ହୋଇଯାଇଥିଲେ ।

ଏ ନେଇ ଟିଟିଲାଗଡ଼ ଭାରପ୍ରାପ୍ତ ଥାନା ଅଧିକାରୀ ରଞ୍ଜନ ବେହେରା ଏକ ମାମଲା ଦାୟର କରି ତଦନ୍ତ ଜାରି ରଖି ଥିବା ବେଳେ ଆଜି ଟିଟିଲାଗଡ଼ ଥାନା ରୁ ପ୍ରାୟ ପାଞ୍ଚ କିଲୋମିଟର ଦୂର ଝାରଦେବନ୍ଧ ନାମକ ଏକ ଶିବ ମନ୍ଦିର ନିକଟ ରେ ଥିବା ଜଙ୍ଗଲ ରେ ଉକ୍ତ ନିଖୋଜ ବଡ଼ଭାଇ ସଞ୍ଜୟ ର ମୃତ ଦେହ ଉଦ୍ଧାର କରାଯାଇ ଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ ଉକ୍ତ ମୃତ ସଞ୍ଜୟ ଙ୍କ ପିତା ଗିଦଲି ବେହେରା ବିଦ୍ୟୁତ ବିଭାଗ ରେ କାର୍ଯ୍ୟ କରୁଥିବା ବେଳେ ସେ ଶାରୀରିକ ଅସୁସ୍ଥତା ଯୋଗୁଁ ତାଙ୍କ ବଡ଼ ପୁଅ ସଞ୍ଜୟ ଉକ୍ତ ବିଭିନ୍ନ ପ୍ରକାର କାର୍ଯ୍ୟ କରି ଆସୁଥିବା ବେଳେ ପାରିବାରିକ ଅଶାନ୍ତି ଲାଗି ରହିଥିଲା । ଏ ନେଇ ପୋଲିସ ସବିଶେଷ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ସଞ୍ଜୟ କୁ ତାର ଏକ ମାତ୍ର ସାନଭାଇ ପ୍ରମୋଦ ବେହେରା (ବ-୨୭) ନିଜେ ହତ୍ୟା କରିଦେଇଥିବା ସୂଚନା ମିଳିଛି ।

ଏ ନେଇ ସବିଶେଷ ତଦନ୍ତ ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ବେଶ ହଟ ଚମଟ ସୃଷ୍ଟି ହୋଇଛି । ଏ ନେଇ ପୋଲିସ ତରଫରୁ ହତ୍ୟା କେମିତି ଓ ତାର ନିଜ ଭାଇ ନା ଅନ୍ୟ କାହା ସହ ହତ୍ୟା କରାଯାଇଛି ସେ ନେଇ କିଛି ସ୍ପଷ୍ଟ ସୂଚନା ଦେଇନାହିଁ ।