ମାଗଣା ସ୍ୱାସ୍ଥ୍ୟ କାର୍ଡ : ଚିକିତ୍ସା ନକରି ଆନ୍ଧ୍ର ର ଘରୋଇ ହସ୍ପିଟାଲ୍ ବିଶାଖା ର ଠକାମୀ

0
189

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୨୮/୧୦) : ମାଗଣା ସ୍ୱାସ୍ଥ୍ୟ କାର୍ଡ ଦ୍ଵାରା ଅନେକ ରୋଗୀ ଉପକୃତ ହେଉଥିବା ନେଇ ବିଭିନ୍ନ ଗଣମାଧ୍ୟମ ରେ ପ୍ରତ୍ୟେକ ଦିନ ଖବର ପ୍ରକାଶ ପାଉଥିବା ବେଳେ ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ର ଚଡନଗି ପୁର ଗ୍ରାମ ର ଜଣେ ରୋଗୀ ଠକାମୀ ର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

ହାଡୁ ଭାଙ୍ଗି ପଞ୍ଚାୟତ ର ଚୋଡାଙ୍ଗି ପୁର ଗ୍ରାମ ର ଗେଦିଲା ଆପାନ ନାମକ ଜଣେ ରୋଗୀ ଅସୁସ୍ଥ ହେବାରୁ ପାରଳା ଜିଲ୍ଲା ହସ୍ପିଟାଲ୍ ରେ ଚିକିତ୍ସିତ ହୋଇ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସା ହେଲେ । କିନ୍ତୁ ଉପଯୁକ୍ତ ଚିକିତ୍ସା ଅଭାବ ରୁ ସେଠାରୁ ତାଙ୍କ ପରିବାର ଘର କୁ ଆଣିଦେଲେ । ପରେ ମାଗଣା ସ୍ୱାସ୍ଥ୍ୟ କାର୍ଡ ଦ୍ଵାରା ଚିକିତ୍ସା ହେବ ବୋଲି ଜାଣି ପାରି ବିଶାଖା ପାଟଣା ର ଘରୋଇ ହସ୍ପିଟାଲ୍ ବିଶାଖା ରେ ୧୯ ଦିନ ଚିକିତ୍ସା କଲେ |

ରୋଗୀ କୁ ଆଇ ସି ୟୁ ରେ ରଖି କେବଳ ଡାକ୍ତର ଆସିବା ବେଳେ ତାଙ୍କ ପରିବାର କୁ ୫ ମିନିଟ ଦେଖାଇ ଥିଲେ ଏହି ଘୋରୋଇ ହସ୍ପିଟାଲ | ପରେ ତୁମ କାର୍ଡ ରେ ଯାହା ପଇସା ଥିଲା ତା ଠାରୁ ଅଧିକ ଖର୍ଚ୍ଚ ହେଲା ବୋଲି ରୋଗୀ କୁ କହିବାରୁ ତାଙ୍କ ସ୍ତ୍ରୀ ଭାଗ୍ୟଲକ୍ଷ୍ମୀ ଓ ଶଳା ବି. ଜଗଦୀଶ ତାଙ୍କୁ ନେଇ ନିଜ ଘରକୁ ଫେରି ଏହି ଅଭିଯୋଗ କରିଛନ୍ତି କି ତାଙ୍କ ସ୍ଵାମୀ କୁ କୌଣସି ଭଲ ଚିକିତ୍ସା ନକରି ବିଶାଖା ହସ୍ପିଟାଲ୍ ବାଲା ତାଙ୍କୁ ଠକି ଦେଇଛି ।

ଅଶିକ୍ଷତ ଓ ଗରିବ ଲୋକ ଙ୍କୁ ବିଶାଖା ହସ୍ପିଟାଲ୍ ଗୁଡ଼ିକ ଠକୁଛନ୍ତି, ଏଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଶାସନ ଏକ ନୋଡାଲ ଅଧିକାରୀ ଙ୍କୁ ଏହି ଦାୟିତ୍ଵ ଦେଲେ ଚିକିତ୍ସା ସୁବିଧା ଭଲ ମିଳିବ ବୋଲି ସେମାନେ ଆଶା ପୋଷଣ କରିଛନ୍ତି ।