ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ମୋ ସରକାର କକ୍ଷ ଉଦଘାଟିତ

0
162

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୨୭/୧୦) : ଶାସନ ବ୍ୟବସ୍ଥାକୁ ଜନକୈନ୍ଦ୍ରିକ କରିବା, ସରକାରୀ କାର୍ଯ୍ୟ।ଳୟକୁ ଆସୁଥିବା ଲୋକଙ୍କୁ ମର୍ଯ୍ୟାଦାର ସହ ସେବା ଯୋଗାଇଦେବା, ଉତ୍ତମ ବ୍ୟବହାର ଓ ବୃତ୍ତିଗତ ଆଚରଣକୁ ପ୍ରୋତ୍ସାହିତ କରି ଜନସାଧାରଣଙ୍କୁ ସ୍ୱଚ୍ଛ ଶାସନ ଯୋଗାଇ ଦେବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହି ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ମୋ ସରକାର କକ୍ଷକୁ ଉଦଘାଟନ କରିଛନ୍ତି ।WhatsApp Image 2021 10 28 at 7.45.23 AM ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ମୋ ସରକାର କକ୍ଷ ଉଦଘାଟିତ

ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ବିଭିନ୍ନ ଯୋଜନାର ସଫଳ ରୂପାୟନ ଦିଗରେ ଏହା ଅଧିକ ସହାୟକ ହେବ । ବିଭିନ୍ନ କାର୍ଯ୍ୟରେ ଜିଲ୍ଲା କାର୍ଯ୍ୟାଳୟ କୁ ଆସୁଥିବା ଲୋକମାନେ ସେମାନଙ୍କ ଅଭିଯୋଗ / ମତାମତ ସମ୍ପର୍କରେ ଏହି ମୋ ସରକାର କକ୍ଷରେ ଥିବା ରେଜିଷ୍ଟରରେ ଉଲ୍ଲେଖ କରି ପାରିବେ । ଜନସାଧାରଣଙ୍କ ମତାମତ ଭିତ୍ତିରେ ଶାସନ ବ୍ୟବସ୍ଥାକୁ ଅଧିକ ଉତ୍ତରଦାୟୀ ଓ ଫଳପ୍ରଦ କରିବା ମୋ ସରକାର କକ୍ଷର ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

ମୋ ସରକାର କକ୍ଷ ଉଦଘାଟନ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ, ଜିଲ୍ଲା କାର୍ଯ୍ୟ।ଳୟର ସମସ୍ତ ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର ଓ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।