ବିଷମ କଟକରେ ସିଆରପିଏଫ ବାଟାଲିନର ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
181

ରିପୋର୍ଟ : ନରତ୍ତମ ପାଢୀ //
ବିଷମକଟକ,(୩୧/୧୦) : ରାୟଗଡ଼ ଜିଲ୍ଲାରେ ଅବସ୍ଥିତ ବିଷମ କଟକରେ ସିଆରପିଏଫ ୪ର୍ଥ ବାଟାଲିନ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା | ତାଙ୍କ ତରଫରୁ ବିଷମ କଟକ ସହରର ୪ ଥର ସଫାଇ କାମ କରିଥିଲେ ।

ବିଷମ କଟକରେ ସିଆରପିଏଫ ବାଟାଲିନର ଏହି ସ୍ବଚ୍ଛତା କାର୍ଯ୍ୟକ୍ରମରେ ବିଜେଡି ବ୍ଲକ ସଭାପତି ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ ଓ ସମ୍ପାଦକ ଶ୍ରୀ ଶିଵା ଦେଶାଇ ଏଵଂ ବ୍ଲକ ଏଇ ଏବଂ ୪ର୍ଥ ଵାଟାଲିୟନର କମାଣ୍ଡର ଯବାନଙ୍କ ମାଧ୍ୟମରେ ସଫାଇ କରୀଥିଲେ । ରାୟଗଡ଼ା ଜିଲ୍ଲାର ସ୍ବଚ୍ଛତା କାର୍ଯ୍ୟକ୍ରମରେ କୋଟି କୋଟି ଟଙ୍କାର ଖର୍ଚ୍ଚ କରିବାରେ ସରକାର ଧାଣ୍ଡାରା ମାରୁଛନ୍ତି କିନ୍ତୁ ବିଷମ କଟକ ସହରର ଅଳିଆ ଆବର୍ଜ୍ଜନା ପଡି ରହି ଦୁର୍ଗନ୍ଧ ହେଉଥିଲା ତାହା ଆଜି ସଫାକରି ବୁଦ୍ଧିଜୀବୀ ମହଲରେ ଆଲୋଚିତ ହୋଇଛନ୍ତି |

ରାସ୍ତାର ଏପାଖ ସେପାଖ ଚାଲିବା ସମୟରେ ଦୁର୍ଗନ୍ଧ ହେଉଥିଲା | ରାୟଗଡ଼ା ଜିଲ୍ଲାର ସ୍ବଚ୍ଛତା କାର୍ଯ୍ୟକ୍ରମରେ କୋଟି କୋଟି ଟଙ୍କାର ଖର୍ଚ୍ଚ ହେଲେ ବି ତାହା ଶତ ପ୍ରତିଶତ କାର୍ଯ୍ୟ ହୋଇନାହିଁ । ପ୍ରଧାନମନ୍ତ୍ରୀ ପ୍ରତିବର୍ଷ ସ୍ବଚ୍ଛତା କାର୍ଯ୍ୟକ୍ରମରେ କୋଟି କୋଟି ଅନୁଦାନ ପ୍ରଦାନ କରୁଛନ୍ତି । କିନ୍ତୁ ତାହା ଠିକ ଭାବେ ବିନିଯୋଗ ହୋଇପାରୁନାହିଁ |