ରାୟଗଡ଼ ଜିଲ୍ଲାର କୃଷି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ

0
268

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ଼ା,(୩୧/୧୦) : ଗତ ତା ୨୯.୧୦.୨୦୨୧ ରିଖ ରାୟଗଡ଼ ଜିଲ୍ଲାର ରବି ଋତୁ ପାଇଁ କାର୍ଯ୍ୟ କୌଶଳ ବୈଠକ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ରାୟଗଡାଙ୍କ ସମିଳନୀ କକ୍ଷରେ ରାୟଗଡ଼ ଜିଲ୍ଲାର କୃଷି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦ୍ଵାରା ଆହୁତ ଏହି ସଭାରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର ସଭାପତିତ୍ଵରେ କରିଥିଲେ ।

ରାୟଗଡ଼ ଜିଲ୍ଲାର କୃଷି ନିର୍ଦ୍ଧାରଣ କମିଟି ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯଥା ଉଦ୍ୟାନ କୃଷି ନିର୍ଦ୍ଦେଶକ ,ଭାରତୀୟ କପା ନିଗମର AGM, ଅଗ୍ରଣୀ ବ୍ୟାଙ୍କ ମେନେଜର ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ, ସମବାୟ ଉପ ନିବନ୍ଧକ , କୃଷି ବିଜ୍ଞାନ କେନ୍ଦ୍ରର ପ୍ରମୁଖ ବୈଜ୍ଞାନିକ , ବଡନାଳ ଜଳସେଚନ ପ୍ରୋଯେକ୍ଟର ନିର୍ବାହିଯନ୍ତ୍ରୀ , ଉଠା ଜଳ ସେଚନ ନିଗମର ନିର୍ବାହିଯନ୍ତ୍ରୀ, ମଧ୍ୟମ ଜଳସେଚନ ପ୍ରୋଯେକ୍ଟର ନିର୍ବାହିଯନ୍ତ୍ରୀ, କୃଷି ଯନ୍ତ୍ରପାତି ବିଭାଗର ନିର୍ବାହିଯନ୍ତ୍ରୀ, ରାୟଗଡ଼,ମୁନିଗୁଡା ଓ ଗୁଣୁପୁର ର କୃଷି ଜିଲ୍ଲା ଅଧିକାରୀ , ଜିଲ୍ଲା ମାନେଜର, ଓଡିଶା କୃଷି ଶିଳ୍ପ ନିଗମ , ଜୋନାଲ ମାନେଜର , ରାଜ୍ୟ ବିହନ ନିଗମ , ଜୟପୁର ଓ ବିଭିନ୍ନ ସାର ଯୋଗାଣ କାରୀ କମ୍ପାନୀ ମାନଙ୍କର ପ୍ରତିନିଧି ଯୋଗ ଦେଇଥିଲେ ।df111f93 d3b6 4acf 880d 849c4797cf46 ରାୟଗଡ଼ ଜିଲ୍ଲାର କୃଷି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ

ଏହି ବୈଠକରେ ବିହନ ଓ ସାର ଯୋଗାଣ , ଫସଲଋଣ , ମାଟି ପରୀକ୍ଷା ଓ ମୂର୍ତ୍ତିକ। ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ , ସମନ୍ନିତ ରୋଗ ପୋକ ପରିଚାଳନା , ଜୈବିକ କୃଷି, ଧାନ ପରିବର୍ତେ ଅଣଧ।ନ ଚାଷ , ଫାର୍ମ ପୋଖରୀ ଓ କୃଷକ ତାଲିମ ଉପରେ ବିଷାଦ ଭାବେ ଆଲୋଚନା କରଯାଇଥିଲା ।ଜିଲ୍ଲାପାଳଙ୍କ ନେତୃତରେ ଗତ ଖରିଫ ଋତୁରେ ସାର ବଣ୍ଟନ ଓ ବିଭିନ୍ନ କୃଷକ କଲ୍ୟାଣ ଯୋଜନା ସୁରୁଖୁରୁ ରେ କାର୍ଯ୍ୟ କରି ହୋଇଥିବାରୁ ସନ୍ତୋଷ ପ୍ରାକାଶ କରଯାଇଥିଲା । ମୋଟ ୧୮୬୩୬୦ ହେକ୍ଟର ଜମି ରେ ଖରିଫ ଫସଲ ମଧ୍ୟରୁ ଧାନ ୪୬୬୩୦ ହେକ୍ଟର କପା ୪୫୦୮୪ ହେକ୍ଟର ମଣ୍ଡିଆ ୨୦୨୩୨ ହେକ୍ଟର ଓ ହରଡ ୧୪୩୨୩ ହେକ୍ଟର ମୁଖ୍ୟ ଫସଲ ଭାବରେ ଚାଷ କରାଯାଇଅଛି ।

ଚଳିତ ବର୍ଷ ଅନୁକୂଳ ପାଣିପାଗ ଥିବାରୁ କପା ଉପ୍ତାଦନ ୬୯୦୦୦୦ କୁଇଣ୍ଟାଲ ଆଶା କରାଯାଉଅଛି । କପା ର ସର୍ବନିମ୍ନ ସହାୟକ ମୂଲ୍ୟ ୬୦୨୫ କୁଇଣ୍ଟାଲ ଥିଲେ ମଧ୍ୟ ଖୋଲା ବଜାରରେ ଏହା ପ୍ରାୟ ୭୦୦୦ ରୁ ଅଧିକ ଥିବାରୁ ଚାଷୀ ବିଶେଷ ଲାଭବାନ ହେବେ ବୋଲି ଭାରତୀୟ କପା ନିଗମର ସହକାରୀ ମେନେଜର ସଭାରେ ପ୍ରକ।ଷ କରିଥିଲେ । ଚଳିତ ବର୍ଷ କନ୍ଧମାଳ ଓ କୋରାପୁଟ ଜିଲ୍ଲାର କପା ଚାଷୀମାନେ ରାୟଗଡ଼ ସ୍ଥିତ ମିଲ ଗୁଡିକରେ କପା ବିକ୍ରୟ କରିବାପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି ।

ଜିଲ୍ଲାପାଳ ଶ୍ରୀଯୁକ୍ତ ମିଶ୍ର e-NAM ଜରିଆରେ ବିକ୍ରି ବଟା କରିବା ପାଇଁ ନିୟନ୍ତ୍ରିତ ବଜାର କମିଟି ସଚିବ ମାନଙ୍କୁ ନିର୍ଦେଶ ଦେଇଥିଲେ । ରାୟଗଡ଼ ଜିଲ୍ଲାର ଓଡିଶା ମିଲେଟ ମିଶନ ଏକ ସଫଳ ରୂପାୟନ। ଏ ବର୍ଷ ପ୍ରାୟ ୪୦୦୦୦ କୁଇଣ୍ଟାଲ ମ।ଣ୍ଡିଆ ସଂଗ୍ରହର ଲକ୍ଷ ଧାର୍ଯ୍ୟ କରାଯାଇଅଛି । ଚାଷୀମାନେ କିପରି ସୁରୁଖୁରୁରେ ମ।ଣ୍ଡିଆ ବିକ୍ରୟ କରି ୩ ଦିନ ମଧ୍ୟରେ ତାଙ୍କର ପ୍ରାପ୍ୟ ପାଇବେ ତାହା ଧ୍ୟାନ ଦେବାକୁ ଜିଲ୍ଲାପାଳ ଆଦିବାସୀ ଉନ୍ନୟନ ସ।ଖ।ପରିଚାଳକ ଙ୍କୁ ନିର୍ଦେଶ ଦେଇଥିଲେ ।

ସେହିପରି ୬୦୦୦ କୁଇଣ୍ଟାଲ ହରଡ ସଂଗ୍ରହର ଲକ୍ଷ ଧାର୍ଯ୍ୟ କରାଯାଇଅଛି । ଚାଷୀ ମାନେ ଅଭାବି ବିକ୍ରି ର ଯେପରି ସମୁଖୀନ ନହୁଅନ୍ତି ସେଥିପାଇଁ ସମସ୍ତ ବିଭାଗୀୟ ଅଧିକାରୀ ମାନେ ସମନ୍ଵୟ ରକ୍ଷା କାରୀ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ରବି ଋତୁ ରେ ସୂର୍ଯ୍ୟମୁଖି ଚାଷ ଅଧିକରୁ ଅଧିକ ଜମି ରେ କରିବା ଓ ଜଳ ସେଚନ ର ସଦୁପ ଯୋଗ କରି ଫସଲ କରିବା ପାଇଁ ଜିଲ୍ଲାପାଳ କୃଷି ବିଭାଗର ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ ।

ଏ ବର୍ଷ ରବି ଋତୁରେ ବଡନାଳ ଜଳସେଚନ ପ୍ରକଳ୍ପ ରୁ ଜଳ ସେଚନ ହେବ ନ।ହିଁ । ତେଣୁ ଅଣ ଧାନ ଚାଷ, ସାର ଓ ବିହନ ଯୋଗାଣ, ଜୈବିକ କୃଷି , ମାଟି ପରୀକ୍ଷା ଆଦି ଯୋଜନା କାର୍ଯ୍ୟ କାରୀ କରିବା ପାଇଁ ସେ ଗୁରୁତ୍ଵ ଆରୋପ କରିଥିଲେ । ଏହି ବୈଠକରେ କୃଷି ଓ ଆନୁଷଙ୍ଗିକ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ବହୁତ ଫଳପ୍ରଦ ଆଲୋଚନା କରିଥିଲେ ।