ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଦୁଇ ସରକାରୀ ଅଫିସର

0
261

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୨/୧୧) : ମଙ୍ଗଳବାର ଦୁଇ ସରକାରୀ ଅଫିସର ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିଛନ୍ତି । ନିମାପଡା ତହସିଲଦାର ତଥା ସବରେଜିଷ୍ଟାର (ଇନଚାର୍ଜ) ରାମଚନ୍ଦ୍ର ଜେନା ଓ ମହାବିରୋଡ ଫାଣ୍ଡି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରୁଛି । ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି ।

ସୂଚନା ଅନୁସାରେ, ନିମାପଡା ତହସିଲଦାର ରାମଚନ୍ଦ୍ର ଜେନା ନିଜ ପାଖରେ ବେଆଇନ ଭାବେ ଲକ୍ଷାଧିକ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା । ଏଭଳି ଅଭିଯୋଗ ହେବା ପରେ ଭିଜିଲାନ୍ସର ଏକ ଟିମ ଚଢାଉ କରି ତାଙ୍କ ପାଖରୁ ୪ ଲକ୍ଷ ୬୫ ହଜାର ଟଙ୍କା ଜବତ କରାଯାଇଥିଲା । ଉକ୍ତ ଟଙ୍କା ସେ କେଉଁଠୁ ଆଣିଲେ ଓ କିଏ ଦେଲା ତାହାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ଯାଇଥିଲେ ।

ପରେ ଭିଜିଲାନ୍ସ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ କରାଯାଇଥିଲା । ଚଢାଉ ବେଳେ ତାଙ୍କ ଘରୁ ୫୦ ହଜାର ଟଙ୍କା ଜବତ କରାଯାଇଛି । ଭିଜିଲାନ୍ସ ନିମାପଡା ସ୍ଥିତ ଅଫିସ, ଘର, କଟକ ସିଡିଏ ସ୍ଥିତ ବାସଭବନ, କେନ୍ଦ୍ରାପଡା ଗରଦପୁରସ୍ଥିତ ପୈତୃକ ଘରେ ଚଢାଉ କରାଯାଉଛି । ଏହି ଚଢାଉରେ ଜଣେ ଅତିରିକ୍ତ ଏସପିଙ୍କ ସମେତ ଜଣେ ଡିଏସପି ଓ ଦୁଇଜଣ ଇନସ୍ପେକ୍ଟର ସାମିଲ ଅଛନ୍ତି ।

ସେହିପରି ଢେଙ୍କାନାଳ ପରଜଙ୍କ ଥାନା ଅଧିନ ମହାବିରୋଡ ଫାଣ୍ଡ ଅଧିକାରୀ ସମରେନ୍ଦ୍ର ସାମଲଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ତାଙ୍କ ସରକାରୀ ବାସଭବନ, ପୈତୃକ ଘର ଓ ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଇଛି । ଚଢାଉ ବେଳେ ଡେଙ୍କାନାଳରେ ଥିବା ଏକ ଦୁଇ ମହଲା କୋଠା, ଗଁଦିଆରେ ଏକ ଫାର୍ମ ହାଉସ, ୩୦୦ ଗ୍ରାମର ସୁନା ଅଳଙ୍କାର ଓ ନଗଦ ୧ଲକ୍ଷ ଟଙ୍କା ଜବତ କରାଯାଇଛି । ଚଢାଉ ଚାଲିଥିବାରୁ ଅଧିକ ସମ୍ପତ୍ତି ଠାବ ହେବା ସମ୍ଭାବନା ରହିିଛି ।