ଗାଁ ଗାଁ ବୁଲି ଟିକା ନେଇ ନ ଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରିବେ ଆଶା କର୍ମୀ

0
210

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୨/୧୧) : ଆସନ୍ତାକାଲି ଠୁ ଗାଁ ଗାଁ ବୁଲି ଟିକା ନେଇ ନ ଥିବା ବ୍ୟକ୍ତିଙ୍କ ଖୋଜା ଅଭିଯାନ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତିି । କରୋନା ମହାମାରୀ ରୋକିବା ପାଇଁ ଟିକାକରଣ ଏକମାତ୍ର ଉପାୟ ବୋଲି କୁହାଯାଉଛି ।

ଏପରି ସ୍ଥଳେ ଗ୍ରାମାଞ୍ଚଳରେ ବହୁ ଲୋକ ଆଦୌ ଟିକା ନେଇ ନ ଥିବା ବେଳେ ଦ୍ୱିତୀୟ ଡୋଜ ଟିକା ନେଇ ନ ଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଗାଁ ଗାଁ ବୁଲି ଆଶା କର୍ମୀମାନେ ଟିକା ନେଇ ନ ଥିବା ଲୋକଙ୍କୁ ଖୋଜିବା ସହ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବେ । ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ ଟିକାକରଣ ଶେଷ ହେବ । ଏଥିପାଇଁ ଟିକା କେନ୍ଦ୍ର ତାଲିକା ବୃଦ୍ଧି କରାଯିବ ।

ଯେଉଁ ଗାଁରେ ଅଧିକ ଲୋକ ଟିକା ନେଇ ନାହାଁନ୍ତି ସେଠାରେ ଟିକାକରଣ କେନ୍ଦ୍ର ଖୋଲାଯିବ ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୦ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେଇ ନାହାଁନ୍ତିି ବୋଲି ସେ ସୂଚନା ଦେଇଛନ୍ତିି ।