ଏବେ ଘର ଘର ବୁଲି ଟୀକା ଦିଆଯିବା ପ୍ରକ୍ରିୟା ଆରମ୍ଭ

0
144

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୪/୧୧) : ଟିକାକରାଣୀ ପାଇଁ ନୂଆଁ ସୂଚନା l ଯେଉଁମାନେ ଟୀକା ନେଇନାହାଁନ୍ତି ସେମାଙ୍କ ପାଇଁ ଏବେ ଘର ଘର ବୁଲି ଟୀକାକାରଣ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି l ଘର ଘର କୁ ଯାଇ ଟୀକାକାରଣ କରିବା ପ୍ରକ୍ରିୟା କୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି l

ଏ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଯେହେତୁ ଏବେ ଘର ଘର ବୁଲି ଟୀକା ଦିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଛି l ଆଗକୁ ଯେତିକି % ଥିଲା ଏବେ ଆଗକୁ ଯାଇଛି l ଯେଉଁମାନେ ଟୀକା ନେଇ ନାହାଁନ୍ତି ସେମାନେ ଟୀକା ନିଅନ୍ତୁ ଓ ନିଜକୁ ସୁରକ୍ଷା ଦିଅନ୍ତୁ l ସରକାର ଙ୍କ ଶେଷ ମୁହୂର୍ତ୍ତ ର ଏହି ସୁବିଧା କୁ ଯେଉଁ ମାନେ ଟୀକା ନେଇ ନାହାଁନ୍ତି ସେମାନେ ଉପଲବ୍ଧି କରନ୍ତୁ l

୩୦୦ ତଳକୁ ସଂକ୍ରମଣ କୁ ରହିବାକୁ ନେଇ ଆଡ଼ମିସନ କମ ଅଛି, ଆଇସିୟୁ ରେ ମଧ୍ୟ କମ ଅଛି l ଆମ ପାଖରେ ସବୁ ପ୍ରକାର ବ୍ୟବସ୍ଥା ଅଛି ତା ମାନେ ନୁହେଁ ଯେ ଆମେ ବିପଦ ମୁକ୍ତ ହୋଇଗଲେ | ଅଲଗା ଦେଶ ରେ ସଂକ୍ରମଣ ବଢୁଛି l ହେଲେ ଆମେ ନିଜେ ସଚେତନ ରହିବା l ବିପଦ ସୃଷ୍ଟି ହେଲା ପରି ପରିସ୍ଥିତି ଆମେ ସୃଷ୍ଟି କରିବାନି l

ସେ କହିଛନ୍ତି, ଦୀପାବଳିରେ ସତର୍କତା ସମେସ୍ତେ ଅବଲମ୍ବନ କରନ୍ତୁ l ସବୁଜ ବାଣ ଫୁଟାଇ ଦୀପାବଳି ପାଳନ କରିପାରିବେ l ସରକାର ଙ୍କ ନିୟମ ପାଳନ କରନ୍ତୁ l ଦୁର୍ଘଟଣା ଘଟିପାରେ ତେଣୁ ଶିଶୁ ମାନଙ୍କୁ ସୁରକ୍ଷା ଉପରେ ଦୃଷ୍ଟି ଦେବା ଦରକାର l ଆଉ ବାୟୁ ପ୍ରଦୂଷଣ ଯେପରି ନ ହେବ ସେ ନେଇ ଯତ୍ନବାନ ହେବା l