ରାଜଧାନୀରେ ବିକଶିତ ହେବ ୯ ସରକାରୀ ବିଦ୍ୟାଳୟ : ଭିତ୍ତିଭୂମି ବିକାଶ ତଦାରଖ ପାଇଁ ଅଧିକାରୀ ମୁତୟନ

0
145

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୪/୧୧) : ରାଜ୍ୟ ସରକାରଙ୍କ “5T” ମନ୍ତ୍ରକୁ ସାକାର କରିବାର ଚିନ୍ତାଧାରା ନେଇ ରାଜଧାନୀରେ ବିକଶିତ ହେବ ୯ ସରକାରୀ ବିଦ୍ୟାଳୟ | ଏଥି ପାଇଁ ସରକାରୀ ବିଦ୍ୟାଳୟ ମାନଙ୍କର ଆବଶ୍ୟକୀୟ ଭିତ୍ତିଭୂମି ର ବିକାଶ କାର୍ଯ୍ୟ ଚାଲୁରହିଛି ।

ଏହି କ୍ରମରେ ରାଜଧାନୀରେ ବିକଶିତ ହେବ ୯ ଗୋଟି ବିଦ୍ୟାଳୟ | ବିଦ୍ୟାଳୟର ବିକାଶ ନିମେନ୍ତ ଓଡ଼ିଶା ସରକାରଙ୍କ ଅନୁଦାନ ଆସିଥିବା ବେଳେ ବିଏମସି କତୃର୍ପକ୍ଷଙ୍କ ତରଫରୁ ନର୍ଦ୍ଦେଶନାମା ଜାରି ହୋଇଛି । କମିଶନର ଶ୍ରୀ ସଂଜୟ କୁମାର ସିଂହଙ୍କ ନିଦ୍ଦେର୍ଶ ଅନୁସାରେ ସମସ୍ତ ବରିଷ୍ଠ ଅଧିକାରୀ ବିଏମସି ଅଂଚଳରେ ହେଉଥିବା ନଅ ଗୋଟି ବିଦ୍ୟାଳୟକୁ ଯାଇ ନିୟମିତ ତଦାରଖ କରିବାକୁ କୁହାଯାଇଛି ।

ନିର୍ଦ୍ଦେଶନାମା ଜାରିହେବା ମାତ୍ରେ ଗତକାଲି ଅତିରିକ୍ତ କମିଶନର ଶ୍ରୀ ଲକ୍ଷ୍ମୀକାନ୍ତ ସେଠୀ ୟୁନିଟ୍‌-୯ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ପରିଦଶର୍ନ କରିବା ଆରମ୍ଭ କରିଛନ୍ତି । ଏହା ପରେ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ନିଜ ନିଜର ଦାୟିତ୍ୱରେ ଥିବା ବିଦ୍ୟାଳୟକୁ ଯାଇ କାର୍ଯ୍ୟ ପ୍ରଗତିକୁ ଦେଖିବା ଏବଂ ତଦନୁଯାୟୀ ବିବରଣୀ ପ୍ରଦାନ କରିବା ଆରମ୍ଭ କରିଦେଇଛନ୍ତି ।

ତେବେ ଚିହ୍ନିତ ବିଦ୍ୟାଳୟ ଗୁଡ଼ିକର ଦାୟିତ୍ୱ ବିଏମସି ଅଧିକାରୀମାନଙ୍କୁ ଦିଆଯାଇଛି । ୟୁନିଟ୍‌-୯ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟର ଦାୟୀତ୍ୱ ଲକ୍ଷ୍ମୀକାନ୍ତ ସେଠୀଙ୍କୁ ଦିଆଯାଇଥିବା ବେଳେ ୟୁନିଟ୍‌-୮ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟର ଶ୍ରୀ ଶେୁଭନ୍ଦୁ ସାହୁ, ୟୁନିଟ୍‌-୨ କ୍ୟାପିଟାଲ୍ ଉଚ୍ଚ ବାଳିକା ବିଦ୍ୟାଳୟର ୩- ଶ୍ରୀ ରେମଶ ଚନ୍ଦ୍ର ଜେନା, ଟେକ୍‌୍ସଟ ବୁକ୍ ପ୍ରେସ୍ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟର ପ୍ରମୋଦ କୁମାର ପୃଷ୍ଟି, ୟୁନିଟ୍‌-୬ ସରକାରୀ ଉଚ୍ଚ ବିଦ୍ୟାଳୟର ଶ୍ରୀ ରବି ନାରାୟଣ ଜେଠୀ, ସହିଦ ନଗର ସରକାରୀ ଉଚ୍ଚ ବିଦ୍ୟାଳୟର ଶ୍ରୀ ଶ୍ରୀମନ୍ତ ମିଶ୍ର, ୟୁନିଟ୍‌-୯ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଗାୟତ୍ରୀ ସାମନ୍ତରାୟ, ୟୁନିଟ୍‌-୧ ସରକାରୀ ଉଚ୍ଚ ବିଦ୍ୟାଳୟର ଶ୍ରୀ କମଳାକାନ୍ତ ବେହରା, ୟୁନିଟ୍‌-୩ କ୍ୟାପିଟାଲ୍ ଉଚ୍ଚ ବିଦ୍ୟାଳୟର ପୁରନ୍ଦର ନନ୍ଦଙ୍କୁ ଦିଆଯାଇଛି ।

ଓଡ଼ିଶା ସରକାରଙ୍କ ଦ୍ୱାରା ୫ଟି କରାଯାଉଥିବା ବିକାଶମୂଳକ କାର୍ଯ୍ୟ ସ୍ୱରୁପ ସ୍କୁଲର ସ୍ମାର୍ଟ ଶ୍ରେଣୀଗୃହ ସଂରଚନା, ପରୀକ୍ଷାଗାର ବିକାଶ, ଇ-ଲାେଇବ୍ରରୀ ସ୍ଥାପନ, ପାନୀୟଜଳ ଯୋଗାଣେର ଉନ୍ନତିକରଣ, ଶୌଚାଳୟ, ଶ୍ରେଣୀଗୃହ ଏବଂ ଟେବୁଲ୍‌, ଚେୟାର୍ ଇତ୍ୟାଦିର ମରାମତି, ବିଦ୍ୟାଳୟ ପ୍ରାଙ୍ଗଣର ବିକାଶ ତଥା ଚତୁଃପାର୍ଶ୍ୱର ଏବଂ ପରେିବଷ୍ଠନି ର ଆବଶ୍ୟକୀୟ ବିକାଶ ଏହି କାର୍ଯ୍ୟକ୍ରମ ର ଅନ୍ତର୍ଭୁକ୍ତ ।

ଆବଶ୍ୟକତା ଅନୁସାରେ ଉକ୍ତ ବିଦ୍ୟାଳୟ ଗୁଡ଼ିକେର ସ୍ଥିରୀକୃତ ବିକାଶ କାର୍ଯ୍ୟ କରାଯାଉଛି । ଏହି କାର୍ଯ୍ୟ ସବୁ ପ୍ରାୟ ୮୦ ପ୍ରତିଶତ ସମ୍ପୂର୍ଣ୍ଣ ହୋଇ ଆସିଥିବା ବେଳେ ୧୪ ନେଭମ୍ବର-୨୦୨୧ ପୂବର୍ରୁ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ରହିଛି । ସୂଚନଯୋଗ୍ୟ, ଏହି ସବୁ କାର୍ଯ୍ୟ କରାଇବା ପାଇଁ ଓଡ଼ିଶା ଖଣି ନିଗମ ତରଫରୁ ସରକାରୀ ଅନୁଦାନ ଦିଆଯାଇଅଛି ।