ଶୋଭାପାବୁଲି ଗ୍ରାମ ରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ

0
150

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, ମନୁପାଲି, (୦୫/୧୧) : ବୌଦ୍ଧ ବ୍ଲକ ମନୁପାଲି ପଞ୍ଚାୟତ ଅନ୍ତର୍ଗତ ଶୋଭାପାବୁଲି ଗ୍ରାମ ରେ ଶୁକ୍ରବାର ଗିରି ଗୋବର୍ଦ୍ଧନ ପୂଜା ଆନୁଷ୍ଠିତ ହୋଇଯାଇଛି ।

ଶୋଭାପାବୁଲି ଗ୍ରାମ ରେ ଗ୍ରାମବାସୀ ସକାଳୁ ସକାଳୁ ନିକଟରେ ଥିବା ଏକ ପୋଖରୀ ରୁ ଜଳ ଆଣି ମଣ୍ଡପରେ ପୂର୍ଣ୍ଣ କୁମ୍ଭ ସ୍ଥାପନ କରି ପୂଜା ଆରମ୍ଭ ହୋଇଥିଲା । ଏହି ଗିରି ଗୋବର୍ଦ୍ଧନ ପୂଜା ରେ କର୍ତା ଭାବରେ ଜଗନ୍ନାଥ ପୋଢ଼ ଯୋଗ ଦେବ ସହ ପୂଜାରୀ ନବ କିଶୋର ଦାସ ପୂଜା ଅର୍ଚନା କରିଥିଲେ । ଏହି ଗିରି ଗୋବର୍ଦ୍ଧନ ପୂଜା ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ବେଳେ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଅଳ୍ପ ସଂଖ୍ୟକ ଭକ୍ତ ଶ୍ରଦ୍ଧାଳୁ ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ରହି ପୂଜା କାର୍ଯ୍ୟ ସମାପନ ହୋଇଥିଲା । ଏହି ଗିରି ଗୋବର୍ଦ୍ଧନ ପୂଜା ରେ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।