ବୌଦ୍ଧ ନାଗରିକ କମିଟି ଦ୍ୱାରା ଜିଲ୍ଲାର ବହୁବିଧ ସମସ୍ୟା ନେଇ ବୈଠକ

0
219

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୨/୧୦) : ଅପରାହ୍ନ ୪ ଘଣ୍ଟା ସମୟରେ ବୌଦ୍ଧ ସହର ସ୍ଥିତ ମାତଙ୍ଗେଶ୍ଵର ମନ୍ଦିର ପରିସର ମଧ୍ୟରେ ବୌଦ୍ଧ ନାଗରିକ କମିଟି ସମ୍ପାଦକ ଶ୍ରୀ ବିଶେଶ୍ୱର ପୃଷ୍ଟିଙ୍କ ଅଧ୍ୟକ୍ଷତା ରେ ଏକ ସଭା ଆହୁତ ହୋଇ ଜିଲ୍ଲାର ବିଭିନ୍ନ ମୌଳିକ ଅଧିକାର ଉପରେ ବିଚାର ବିମର୍ଶ କରାଯାଇ ଥିଲା |

୧୯୯୪ ମସିହାରେ ବୌଦ୍ଧ ଉପଖଣ୍ଡ ଜିଲ୍ଲା ମାନ୍ୟତା ପାଇବା ଦିନ ଠାରୁ ଜିଲ୍ଲାକୁ ଦକ୍ଷିଣାଞ୍ଚଳ ରାଜସ୍ୱ ଅଧିନ ରୁ ଅପସାରଣ କରି ଉତ୍ତରାଞ୍ଚଳ ରାଜସ୍ୱ ଡିଭିଜନ ରେ ଅନ୍ତର୍ଭୁକ୍ତ କରିବା ପାଇଁ ବିଭିନ୍ନ ସ୍ତରରେ ଦାବୀ ହୋଇ ଆସୁଛି କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ଲାଗୁ ହୋଇ ପାରି ନାହିଁ ତେଣୁ ବୌଦ୍ଧ ନାଗରିକ କମିଟି ସଭାରେ ଘୋର ଉଦବେଗ ପ୍ରକାଶ ପାଇଥିଲା |

ଏତଦ ବ୍ୟତୀତ ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ତୁରନ୍ତ ପୌରପରିଷଦ ର ମାନ୍ୟତା ଏବଂ ଗତ ୨୦୧୯ ଜାନୁଆରୀ ମାସରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ବଲାଙ୍ଗିର ଗସ୍ତ ସମୟରେ ବୌଦ୍ଧ ଜିଲ୍ଲା ସ୍ଥିତ ଅଷ୍ଟମ ଶତାବ୍ଦୀ ର ସର୍ବପୁରାତନ ଶୈବ ଓ ବୈଷ୍ଣବ ଧର୍ମର ସମନ୍ୱୟ ବହନ କରୁଥିବା “ଗନ୍ଧରାଢ଼ି” ମନ୍ଦିର (ଜଗତୀ )ର ଉନ୍ନତି କରଣ ପାଇଁ ୪ କୋଟି ଅର୍ଥ ପ୍ରଦାନ କରାଯିବ ବୋଲି ଘୋଷଣା କରି ଥିଲେ |

କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ସେହି ଅର୍ଥ ବିଭାଗ ପାଇଲା ନାହିଁ ତେଣୁ ଆସନ୍ତା ୧୦/୧୧/୨୦୨୧ ତାରିଖ ଦିନ ବୌଦ୍ଧ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କମିଟର ସଭ୍ୟମାନେ ଗଣ ଧାରଣା ଦେବା ସହ ଜିଲ୍ଲାପାଳ ଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରିବେ ବୋଲି ସଭାରେ ନିଷ୍ପତ୍ତି ଗ୍ରହଣ ହୋଇଥିବା ଜଣାଯାଏ | ଆଜିର ସଭାରେ ରାଜନୈତିକ ଦଳର ତୁଙ୍ଗ ନେତୃବୃନ୍ଦ, ବହୁ ବୁଦ୍ଧିଜୀବୀ,ସାମ୍ବାଦିକ ଏବଂ ଅନେକ ଆଇନଜୀବୀ ଓ ଅନେକ ସାମାଜିକ କର୍ମୀ ବନ୍ଧୁ ମାନଙ୍କ ଉପସ୍ଥିତି ରେ ନିଷ୍ପତ୍ତି ଗ୍ରହଣ କରାଯାଇ ଥିବା ଜଣାଯାଏ |

ହରଭଙ୍ଗା ବ୍ଲକ ପୁରୁଣା କଟକ ର ଆଞ୍ଚଳିକ ବିକାଶ ପରିଷଦ ର ଉପ ସଭାପତି ଲବ କିଶୋର ପ୍ରଧାନ ଓ ପରିଷଦ ର ସମ୍ପାଦକ ଏବଂ ସୂର୍ଯ୍ୟକାନ୍ତ ଦଳବେହେରା,ରଘୁନାଥ ଷଢଙ୍ଗୀ, ବିକାଶ ଚନ୍ଦ୍ର ମହାକୁଳ, ମନୋଜ କୁମାର ପ୍ରଧାନ, ଡୋଳାମଣୀ ପ୍ରଧାନ, ପ୍ରଦେଶୀ ବେହେରା, ବିପ୍ର ଚରଣ ମହାନ୍ତି, ନିଶିଥ କୁମାର ପୃଷ୍ଟି, ସଂଜୀବ କୁମାର ମହାକୁଳ, ଦିବ୍ୟ ରଞ୍ଜନ ପଟ୍ଟନାୟକ, ଦେବାନନ୍ଦ ସାହୁ, ଚନ୍ଦ୍ରଶେଖର ପାତ୍ର, ଶୁଭେନ୍ଦୁ ପଟ୍ଟନାୟକ, ଯୁଗଳ କିଶୋର ସାମଲ, ନିରୋଜ କୁମାର ମେହେର, ଡମ୍ବରୁ ଧର ଭୋଇ, ଗଜେନ୍ଦ୍ର କୁମାର ସାହୁ, ସମରେଶ ମିଶ୍ର ଓ ନବ କୁମାର ମିଶ୍ର ପ୍ରମୁଖ ବ୍ୟକ୍ତି ବିଶେଷ ଙ୍କ ସହ ଆହୁରି ଅନେକ ଶୁଭେଛୁ ବନ୍ଧୁ ମାନେ ଉପସ୍ଥିତ ଥିବା ଜଣାଯାଏ |