ଜିଲ୍ଲା ପ୍ରାଣୀ ସମ୍ପଦ ଆନୁକୂଲ୍ୟରେ ୭୦ ତମ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

0
196

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୦୮/୧୧) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ଠାରେ ଆଜି ୭୦ ତମ ଗୋ ସମ୍ବର୍ଦ୍ଧନା ଉତ୍ସବ ବୌଦ୍ଧ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ଆନୁକୂଲ୍ୟରେ ପାଳିତ ହୋଇଛି |

ଏହି ଅବସର ରେ ଜିଲ୍ଲା ପ୍ରାଣୀ ସମ୍ପଦ ଆନୁକୂଲ୍ୟରେ ପ୍ରଥମେ ଲୁଣିବାହାଲ ସ୍ଥାନୀୟ ଅଞ୍ଚଳର ଗୋ-ମାତାଙ୍କୁ ଚିକିତ୍ସା ସହିତ ଗୋ-ମାତାଙ୍କ ପରିକ୍ରମା କାର୍ଯ୍ୟକ୍ରମ ହୋଇଥିଲା ଏବଂ ଗୋ-ଚାଷି ମାନଙ୍କୁ ବିଭିନ୍ନ ସଚେତନତା ବାର୍ତ୍ତା, ଚିକିତ୍ସା ଓ ସରକାରୀ ସହାୟତା ଉପରେ ଆଲୋଚନା କରାଯିବା ସହ ଗୋ-ସୁରକ୍ଷା ଉପରେ ଘୁଡୁକା ନାଚ ଓ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା |

ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ସମ୍ମାନିତ ଅଥିତି ଭାବେ ଜିଲ୍ଲା ମୁଖ୍ୟ ଜିଲ୍ଲା ପାଳ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ଅମିତାଭ ମହାନ୍ତି, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରଫୁଲ୍ଲ କୁମାର ନାୟକ, ଜିଲ୍ଲା ପରିଷଦ ଅଧକ୍ଷା ଜୋସ୍ନା ଭୋଇ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠି, ମୁଖ୍ୟ ବକ୍ତା ପ୍ରବୀର ଦାସ, ଅନ୍ୟ ପଦସ୍ଥ ଅଧିକାରୀ, ସମେତ ହରଭଙ୍ଗା ବ୍ଲକ ର ସମସ୍ତ LI, କର୍ମଚାରୀ, ଗୋ ଚାଷୀ ଭାଇ, ସ୍ଥାନୀୟ ସରପଞ୍ଚ ବିଷ୍ଣୁ ଚରଣ ଯାନୀ, ସମିତି ସଭ୍ୟ ସୁଶାନ୍ତ ପ୍ରଧାନ ଉପସ୍ଥିତ ରହିଥିଲେ | ଲୁଣିବାହାଲ ସ୍ଥିତ କ୍ଷୀର ଶୀତଳୀ କରଣ ରେ କାର୍ଯ୍ୟରତ ମହିଳା ସଂଘ ର ସଦସ୍ୟ ଙ୍କୁ ଜିଲ୍ଲlପାଳ ଫୁଲ ତୋଡ଼ା ଦେଇ ସମ୍ମାନିତ କରିଥିଲେ |