ବୈପାରୀଗୁଡା କଂଗ୍ରେସ ପକ୍ଷରୁ ‘ହରତାଳ’

0
205

ରିପୋର୍ଟ : ଏନ. ସନ୍ତୋଷ
ବୈପାରୀଗୁଡା,(୧୨/୧୧) : ଦୁଷ୍କର୍ମ ପୀଡିତା ମମୀତ ମେହେରଙ୍କୁ ନ୍ୟାୟ ପ୍ରଦାନ ଏବଂ ଏହି ଘଟଣାରେ ସମ୍ପୃକ୍ତ ମନ୍ତ୍ରୀଙ୍କୁ ଗିରଫ ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀକୁ ନେଇ ଆଜି କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ‘ହରତାଳ ’ ଡାକରା ଦିଆଯାଇଥିବା ବେଳେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ନିନାକ୍ଷୀ ବାହିନୀପତିଙ୍କ ନିର୍ଦ୍ଦେଶ କ୍ରମେ ବୈପାରୀଗୁଡା ଠାରେ ବିକ୍ଷୋଭ ଦେଖିବାକୁ ମିଳିଛି lWhatsApp Image 2021 11 12 at 11.49.58 AM ବୈପାରୀଗୁଡା କଂଗ୍ରେସ ପକ୍ଷରୁ ‘ହରତାଳ'

ଆଜି ବୈପାରୀଗୁଡା କଂଗ୍ରେସ ପକ୍ଷରୁ ସହରରେ ସକାଳ ୬ ଟା ଠାରୁ ୧୨ ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଯାତ୍ରୀବାହୀ ଗାଡି ଚଳାଚଳ ସ୍ୱାଭାବିକ ରହିଥିଲା l ଶହୀଦ ଲଷ୍ମଣ ନାୟକ ଚାରି ଛକ ଠାରେ କଂଗ୍ରେସକର୍ମୀ ମାନେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇ ମମିତାଙ୍କୁ ନ୍ୟାୟ ଦାବୀ ସହ ଘଟଣାରେ ସମ୍ପୃକ୍ତ ମନ୍ତ୍ରୀ ଙ୍କ ଗିରଫ ଦାବୀ କରିଥିଲେ l

ରାଜ୍ୟରେ ଆଇନ ଶୃଙ୍ଖଳାକୁ ବିଗିଡିଯାଇଛି ଏଣୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଛି ବ୍ଲକ କଂଗ୍ରେସ ପାର୍ଟି l ବ୍ଲକ ସଭାପତି ଗୌରଚନ୍ଦ୍ର ପାତ୍ର ଙ୍କ ନେତୃତ୍ୱରେ ବୈପାରୀଗୁଡା ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ପଞ୍ଚାୟତ ସଭାପତି ଏବଂ ପ୍ରମୁଖ କର୍ମକର୍ତ୍ତା ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ l