ଶବ ବ୍ୟବଚ୍ଛେଦ ପାଇଁ ରାଇକିଆ ମେଡିକାଲରେ ଉତ୍ତେଜନା

0
220

ରିପୋର୍ଟ : ଜଗଦୀଶ ଦାସ //
ରାଇକିଆ,(୧୫/୧୧) : କନ୍ଧମାଳ ଜିଲ୍ଲା ରାଇକିଆ ମେଡିକାଲରେ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲରେ ଉତ୍ତେଜନା ହୋଇଥିଲା । କାଲି ରବିବାର ଦିନ ବାଇକ୍ ଗଛରେ ପିଟି ହେଇଥିବା ଘଟଣାରେ ଦୁଇ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ ।bff7ef88 03b6 4d64 970f 272f4f412c54 ଶବ ବ୍ୟବଚ୍ଛେଦ ପାଇଁ ରାଇକିଆ ମେଡିକାଲରେ ଉତ୍ତେଜନା

ସେମାନଙ୍କୁ କାଲି ଠୁ ଆଜି ବହୁ ସମୟ ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲରେ ଥିବା ବେଳେ ତାଙ୍କର ଶବବ୍ୟବଚ୍ଛେଦ ହୋଇପାରି ନ ଥିଲା । ସେହି ଶବବ୍ୟବଚ୍ଛେଦ କରିବା ପାଇଁ ରାଇକିଆ ମେଡିକାଲ କୁ ରାଇକିଆ ର ସମିତି ସଭ୍ୟ ମିନି ନାୟକ ଯାଇଥିଲେ ଓ ବହୁ ସମୟ ବୁଝାବୁଝି ପରେ ଶବବ୍ୟବଚ୍ଛେଦ ପାଇଁ ଯାଇଥିଲା । ମିନି ନାୟକ କହିଛନ୍ତି ଏଇ ସମୟରେ ଏଇ ଜାଗାରେ ଶବବ୍ୟବଚ୍ଛେଦ କରିବା ପାଇଁ ଲୋକ ରହିବା କଥା । ତାହା ରାଇକିଆ ମେଡିକାଲରେ ନାହାଁନ୍ତି । ତେଣୁ ଏହି ପରିସ୍ଥିତି ଗୁଡିକ ପାଇଁ ଲୋକ ରହିଲେ ଭଲ ହେବ ବୋଲି କହିଥିଲେ ।d12a54d7 ef43 4243 83e4 963c6ae58014 ଶବ ବ୍ୟବଚ୍ଛେଦ ପାଇଁ ରାଇକିଆ ମେଡିକାଲରେ ଉତ୍ତେଜନା

ମେଡ଼ିକାଲ ପରିସରରେ ପୋଲିସ୍ ଅଧିକାରି ବୁଝାବୁଝି କରୁଥିଲେ । କାଲିର ବାଇକ ଗଛରେ ପିଟି ହେଇଥିବା ଘଟଣାରେ ଦୁଇ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଆହତ ଟିକାବାଲିର ପିଲାର ମଧ୍ୟ ମୃତ ହୋଇଥିଲା ।