ଜି ଆଇ ଇଟି ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ଏଗ୍ରିକଲ୍ଚର ବିଭାଗର ଜାତୀୟ କର୍ମଶାଳା ଉଦଘାଟିତ

0
128
ଜି ଆଇ ଇଟି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୪/୩) : ଆଜି ସ୍ଥାନୀୟ ଜି ଆଇ ଇଟି ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ଏଗ୍ରିକଲ୍ଚର ବିଭାଗର “ଚିରସ୍ଥାୟୀ କୃଷି ପଦ୍ଧତି ଦ୍ଵାରା ଜନଜାତିଙ୍କ ଜୀବିକାର ମାନଦଣ୍ଡ ଉନ୍ନୀତ” ସମ୍ପର୍କରେ ଦୁଇଦିନିଆ ଜାତୀୟ କର୍ମଶାଳା ଉଦଘାଟିତ ହୋଇଯାଇଛି ।

ଏହି ଉଦଘାଟନୀ ଉତ୍ସବରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଚିରସ୍ଥାୟୀ କୃଷି ପଦ୍ଧତି ଉପରେ ଅନେକ ଗବେଷଣା ଭିତ୍ତିକ ତଥ୍ୟ ପ୍ରଦାନ କରିବା ସହ ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଅନୁଷ୍ଠାନ କୃଷିଭିତ୍ତିକ କାର୍ଯ୍ୟ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ । ଜି ଆଇ ଇଟି ବିଶ୍ୱ ବିଦ୍ୟାଳୟର ଉପ ସଭାପତି ଡ ଚନ୍ଦ୍ରଧ୍ଵଜ ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀ ମାନେ ଜାତୀୟ ସ୍ତରର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣକରି ବିଶ୍ୱ ବିଦ୍ୟାଳୟକୁ ଗୌରବ ଆଣିଛନ୍ତି, ଏହା ସହ ଜନଜାତି ମାନଙ୍କର ଜୀବିକାର ମାନଦଣ୍ଡ ଉନ୍ନୀତ କରିବା ପାଇ ଆହ୍ବାନ ଦେଇଥିଲେ । ଅନୁଷ୍ଠାନର ମହା ନିର୍ଦ୍ଦେଶକ ଡ ଜଗଦୀଶ ପଣ୍ଡା ଯୋଗଦେଇ କୃଷି କ୍ଷେତ୍ରରେ ନୂତନ ଜ୍ଞାନ କୌଶଳ ବ୍ୟବହାର କରି ନିଜେ କିପରି ସ୍ୱାବଲମ୍ବୀ ହୋଇପାରିବ ସେ ନେଇ କହିଥିଲେ । ବିଶ୍ଵ ବିଦ୍ୟାଳୟର କୁଳପତି ଡ ବିନୟ କୁମାର ମିତଲ ଯୋଗ ଦେଇ କର୍ମଶାଳାର ଆବଶ୍ୟକତା ବିଷୟରେ କହିଥିଲେ ।

କର୍ମଶାଳାର ସଂଯୋଜକ ପ୍ରଫେସର ସନ୍ତୋଷ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଙ୍ଗଠନୀକ ସମ୍ପାଦକ ପ୍ରଫେସର କୈଳାଶ ବିହାରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ଉକ୍ତ କର୍ମଶାଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବୈଜ୍ଞାନିକ, ପ୍ରାଧ୍ୟାପକ ମାନେ ଯୋଗ ଦେଇ ସେମାନଙ୍କ ସନ୍ଦ୍ରଭ ପାଠ କରିବେ । ଏଥିରେ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଡ ଏନ ଭି ଜେ ରାଓ, ସ୍କୁଲ ଅଫ ଏଗ୍ରିକଲ୍ଚର ସହକାରୀ ଡିନ ଅଶୋକ କୁମାର ମିଶ୍ର, ବିଭାଗର ପ୍ରଫେସର, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି ।