ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ବରଗଡ ଜିଲ୍ଲା କଂଗ୍ରେସ ଦଳ ତରଫରୁ ଦସ୍ତଖତ ଅଭିଯାନ

0
171

ରିପୋର୍ଟ : ନିରଞ୍ଜନ ତ୍ରିପାଠୀ
ବରଗଡ ,(୧୮/୦୭) : ବରଗଡ ଜିଲ୍ଲା କଂଗ୍ରେସ ଦଳ ତରଫରୁ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ଆହ୍ୱାନ କ୍ରମେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଦିନକୁ ଦିନ ପେଟ୍ରୋଲ ଦର ବୃଦ୍ଧି ପାଉଥିବାରୁ ସାଧାରଣ ଜନସାଧାରଣଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଯାଇଛି |

ତେଣୁ ଜାତୀୟ କଂଗ୍ରେସ ର ମୁଖ୍ୟ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ନିର୍ଦେଶ କ୍ରମେ ଓ ରାଜ୍ୟ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସମସ୍ତ ରାଜ୍ୟରେ ତେଲ ଦର ଓ ଦୈନନ୍ଦିନ ଜୀବନରେ ବ୍ୟବହୃତ ସମସ୍ତ ଜିନିଷ ର ଦରଦାମ ବୃଦ୍ଧି ହେଉଥିବା ହେତୁ ବରଗଡ ଜିଲ୍ଲା କଂଗ୍ରେସ ସମସ୍ତ ବ୍ଲକ ତଥା ସହର ମାନଙ୍କରେ ସାଧାରଣ ଜନତା ଙ୍କ ଠାରୁ ମହାମହିମ ରାଷ୍ଟ୍ରପତି ଙ୍କ ନିକଟକୁ ପଠେଇବାପାଇଁ ଏକ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି |

ସେଥିରେ ଉଲ୍ଲେଖ ଅଛି ଯେ କେନ୍ଦ୍ର ସରକାର ଟେକ୍ସ ବୃଦ୍ଧି କରୁଥିବାରୁ ଦେଶ ତଥା ରାଜ୍ୟରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଠୁ ଆରମ୍ଭ କରି ଖାଇବା ତେଲ ର ଦାମ ବଢ଼ିବାରେ ଲାଗିଛି | ବର୍ତ୍ତମାନ କରୋନା ମହାମାରୀ ପାଇଁ ଦେଶବାସୀ ବେରୋଜଗାର ହେବାସହିତ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡିଛି |

ତେଣୁ ମହାମହିମ ରାଷ୍ଟ୍ରପତି ଙ୍କୁ ଏହି ଦସ୍ତଖତ ମାଧ୍ୟମରେ ଅନୁରୋଧ କରାଯାଇଛି ଯେ ଉଭୟ ସରକାରଙ୍କୁ ନିର୍ଦେଶ କରନ୍ତୁ ତେଲ ଉପରେ ଲାଗୁଥିବା ଟେକ୍ସ କମ କରିବାପାଇଁ ଓ ତେଲ ଦର ହ୍ରାସ କରିବାପାଇଁ | ଏହା ବରଗଡ ଜିଲ୍ଲାରୁ ଆରମ୍ଭ କରି ଆଜି ଭେଡେନ ବ୍ଲକ ଛାତ୍ରକଂଗ୍ରେସ ର ସୋମ୍ୟକାନ୍ତ ଦାସ ଙ୍କ ନେତୃତ୍ୱରେ ଅଂଚଳର ସମସ୍ତ ପେଟ୍ରୋଲ ପମ୍ପ ମାନଙ୍କରେ ଜନସାଧାରଣଙ୍କ ଠାରୁ ଦସ୍ତଖତ ସଂଗ୍ରହ କରିଛନ୍ତି |

କରୋନା କଟକଣାର ସମସ୍ତ ନିୟମ ପାଳନ କରି ଶାନ୍ତିଶୃଙ୍ଖଳାର ସହିତ ଏହି ଅଭିଯାନ କରାଯାଇଛି | ଏହି ଅଭିଯାନରେ ଭେଡେନ ଛାତ୍ରକଂଗ୍ରେସ ର କିସାନ ସିଂ ରାଜପୁତ, ମହମଦ ନୱାଜ, ବବଲୁ ଖମାରି, ବଳରାମ ଭୁଏ, ସରୋଜ ମାଝୀ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିବାବେଳେ ସ୍ଥାନୀୟ ଜନସାଧାରଣ ମଧ୍ୟ ବର୍ଦ୍ଧିତ ତେଲ ଦର କୁ ବିରୋଧ କରି ଏହି ଅଭିଯାନରେ ସହଯୋଗ କରିଛନ୍ତି |