କୁମୁଲି ଗ୍ରାମ ରେ ଧାନ ବିକ୍ରି ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ବାରା ପଞ୍ଜୀକରଣ କେନ୍ଦ୍ର ଉଦଘାଟିତ

0
238

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ,(୧୭/୭) : ବୋରିଗୁମ୍ମା ବ୍ଳକ କୁମୁଲି ଗ୍ରାମ ରେ ସରସ୍ୱତୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ବାରା ଧାନ ବିକ୍ରୟ ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି ।

କୁମୁଲି ଗ୍ରାମ ର ବରିଷ୍ଠ ଚାଷୀ ଶ୍ରୀ ସୁବାସ ଚନ୍ଦ୍ର ପଣ୍ଡାଙ୍କ ଦ୍ବାରା ଦିନ ୧୦ ଘଣ୍ଟା ସମୟରେ କାର୍ଯ୍ୟାଳୟର ଉଦଘାଟନ କାର୍ଯ୍ୟ ସମ୍ପନ୍ନ ହୋଇଛି । ସ୍ଵୟଂ ସହାୟିକା ଗୋଷ୍ଠୀର ସଭାପତି ଶ୍ରୀମତି ଦୈମୟନ୍ତି ଡାକୁଆ, ସମ୍ପାଦିକା ଶ୍ରୀମତି ଜେମା ସା’ନ୍ତାଙ୍କ ସମେତ ସମସ୍ତ ସଭ୍ୟା ତଥା ଚାଷୀ ମାନଙ୍କ ମଧ୍ୟରେ ଜୟଚନ୍ଦ୍ର ନାୟକ, ବୈଦ୍ୟନାଥ ଶତପଥି, ପୁରସ୍ତମ ଷଡଙ୍ଗୀ, ମଙ୍ଗଳା ଗାଦବା, ପ୍ରତାପ ବିଷୋୟୀ, ଦୁର୍ଜନ ହରିଜନ, ବାଳକୃଷ୍ଣ ଷଡଙ୍ଗୀ, ବୁଲୁ ହୋତା, ଗୌର ଚନ୍ଦ୍ର ତ୍ରିପାଠୀ, ସଞ୍ଜୁ ପଣ୍ଡା, ଗୁପ୍ତପ୍ରସାଦ ଷଡଙ୍ଗୀ, ଟୁଟୁ ତ୍ରିପାଠୀ ଙ୍କ ସମେତ ପ୍ରାୟ ୨୦୦ରୁ ଅଧିକ ଚାଷୀ ଉପସ୍ଥିତ ଥିଲେ ।

୧୫୦ ଜଣ ଚାଷୀ ପଞ୍ଜୀକରଣ ଫର୍ମ ନେଇଥିବା ବେଳେ ୧୫ ଜଣ ଚାଷୀ ଆଜି ସନ୍ଧ୍ୟା ସୁଦ୍ଧା ଫର୍ମ୍ ପୁରଣ କରି ଦାଖଲ କରିଛନ୍ତି । ଗତ ବର୍ଷ ସୁରୁଖୁରୁରେ ପଞ୍ଜୀକରଣ କରି ସୁବିଧାରେ ଧାନ ବିକ୍ରି ଟଙ୍କା ପାଇପାରିଥିବାରୁ ଚାଷୀମାନେ ସରସ୍ୱତୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସାଧୁବାଦ ଜଣାଇବା ସହ ଚଳିତ ରୁତୁରେ ମଧ୍ୟ ଅନାୟାସରେ ଧାନ ବିକ୍ରି କରିପାରିବାର ଆଶା ପୋଷଣ କରିଛନ୍ତି ।