ସରକାରୀ ଡାକ୍ତରଖାନା ମଧ୍ୟରେ ନାବାଳିକାଙ୍କୁ ଦୁଷ୍କର୍ମ ଶିକାର ପାଞ୍ଚ ମାସର କନ୍ୟା ସନ୍ତାନ ପାଲଟିଛି ବୋଝ

0
332

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୨୧/୧୧) : ସରକାରୀ ଡାକ୍ତରଖାନା ମଧ୍ୟରେ ତେର ବର୍ଷ ଆଠ ମାସ ର ଜଣେ କୁମାରୀ ମାତୃତ୍ୱ ନାବାଳିକା ହାତରେ ପାଞ୍ଚ ମାସ ର ଏକ କନ୍ୟା ସନ୍ତାନ ଥିବା ବେଳେ ଦୁଷ୍କର୍ମ ର ଶିକାର କରିଥିବା ଅଭିଯୁକ୍ତ ଜେଲ ରେ ଏବେ କରିବ କଣ ? ଏଭଳି ଏକ ଘଟଣା ଗତ ପାଞ୍ଚ ମାସ ତଳେ ସାରା ରାଜ୍ୟ ରେ ଚର୍ଚ୍ଚା ର ପରିସର କୁ ଆସିଥିଲା ।WhatsApp Image 2021 11 21 at 7.13.20 AM ସରକାରୀ ଡାକ୍ତରଖାନା ମଧ୍ୟରେ ନାବାଳିକାଙ୍କୁ ଦୁଷ୍କର୍ମ ଶିକାର ପାଞ୍ଚ ମାସର କନ୍ୟା ସନ୍ତାନ ପାଲଟିଛି ବୋଝ

ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସରକାରୀ ଡାକ୍ତରଖାନା ସରକାରୀ ଡାକ୍ତରଖାନା ମଧ୍ୟରେ ନିଜ ର ଭିନ୍ନକ୍ଷମ ୧୦ ବର୍ଷ ର ସାନ ଭାଇ କୁ ରକ୍ତହୀନତା ଯୋଗୁଁ ନିଜ ମାଆ ସହ ହଳଦୀ ନିକଟସ୍ଥ ପଦର ଗ୍ରାମ ରୁ ଆଣି ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନା ରେ ଆହାର କେନ୍ଦ୍ର ର କାର୍ଯ୍ୟରତ ଥିବା ଜଣେ ବିବାହିତ ବ୍ୟକ୍ତି ନିୟମିତ ଖାଦ୍ୟ ଯୋଗାଇ ଆସି ଶିଶୁ ବିଭାଗ ରେ ଖାଲିଥିବା ଶଯ୍ୟା ରେ ଆଶ୍ରୟ ନେଉଥିବା ବେଳେ । ଭେଷଜ ବିଭାଗ ରେ ସାନ ଭିନ୍ନକ୍ଷମ ଭାଇ ସହ ରକ୍ତ ତଥା ଅନ୍ୟ ସେବା ଶୁଶ୍ରୁଷା କରିବା କୁ ଜଗି ରହୁଥିଲେ ।

ହେଲେ ଏହାର ସୁଯୋଗ ନେଇ ଉକ୍ତ ନାବାଳିକା ସଭାନୀ ସୁନା (ଛଦ୍ମନାମ)କୁ ବାରମ୍ବାର ଦୁଷ୍କର୍ମ କରି ଆସି ଥିଲା । ଶେଷରେ ଗର୍ଭବତୀ ହେବା ଜଣାପଡିବା ପରେ ପିଡ଼ିତା ଙ୍କ ମାଆ ଦ୍ରୋପ ସୁନା (ବ-୪୪) ଟିଟିଲାଗଡ଼ ଥାନା ରେ ଏତଲା ରୁଜ୍ଜୁ କରିଥିଲେ । ପୋଲିସ ମାମଲା ରୁଜ୍ଜୁ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

ଗର୍ଭବତୀ ହୋଇ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡ଼ାଃ ବଳରାମ ସାହୁ ଆବଶ୍ୟକ ସରଞ୍ଜାମ ଅଭାଵ କାରଣ ରୁ ବଲାଙ୍ଗୀର ସନ୍ଥ ଭୀମ ଭୋଇ ମ୍ୟାଡିକାଲ କଲେଜ ଚିକିତ୍ସାଳୟ ନେବା ପରାମର୍ଶ ଦେଇଥିଲେ । ଏକ କନ୍ୟା ସନ୍ତାନ ଜନ୍ମ ପରେ ନିଜ ମାଆ ଓ ରକ୍ତହୀନତା ରେ ପୀଡିତ ସାନ ଭାଇ ସହ ଥିବା ବେଳେ ପାଞ୍ଚମାସ ର ଏକ ସନ୍ତାନ ବୋଝ ପାଲଟିଛି ।

ପିଡ଼ିତା ଙ୍କ ପିତା ଦୀର୍ଘ ବର୍ଷ ରୁ ସମ୍ବଲପୁର ଚାଲିଯାଇ ଥିବା ବେଳେ ପରିବାର ସହ ସମ୍ପର୍କ ରଖିନାହାଁନ୍ତି । ମଜୁରୀ କରି ରୋଜଗାର ପିଡ଼ିତା ଙ୍କ ମାଆ ଦ୍ରୋପଦି ଏବେ ମଜୁରୀ କରି ଯିବେ ନାଁ ଦୁଇ ଅସହାୟ ସନ୍ତାନ ର ଯତ୍ନ ନେବେ । ପ୍ରକାଶ ଯେ ଏଭଳି ସ୍ଥିତିରେ ପିଡ଼ିତା ଙ୍କ ମାଆ କରିବେ କଣ ? ଇତି ମଧ୍ୟରେ ପିଡ଼ିତା ଙ୍କୁ ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ୧୦ ହଜାର ଟଙ୍କା ର ସହାୟତା ଯୋଗାଇ ଦେଇଥିବା ବେଳେ ସାନ ଭିନ୍ନକ୍ଷମ ଭାଇ ର ଅଧିକ ଚିକିତ୍ସା ର ଆବଶ୍ୟକ ଥିବା ବେଳେ ଉକ୍ତ ବ୍ୟବସ୍ଥା ପ୍ରଶାସନ ତରଫରୁ ଯୋଗାଇ ଦିଆଯିବା ନିମନ୍ତେ ଦାବି ହେଉଛି ।

ନିଜର କନ୍ୟା ସନ୍ତାନ ସହ ତାର ଭାଇ ଙ୍କୁ ରକ୍ତହୀନତା ଯୋଗୁଁ ଗତ ତା ୧୮ ରିଖ ଦିନ ଭର୍ତ୍ତି କରାଯାଇଛି । ଏ ନେଇ ପ୍ରଶାସନ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ନେଇ ଦାବି ପ୍ରକାଶ ପାଇଛି । ଅନ୍ୟପଟେ ମାନ୍ୟବର କଟକ ଉଚ୍ଚ ନ୍ୟାୟାଳୟ ରୁ ପିଡ଼ିତା ଙ୍କ ମାଆ ଙ୍କୁ ହାଇକୋର୍ଟ ରେ ଅଭିଯୁକ୍ତ ବିପକ୍ଷରେ ଆପତ୍ତି ଜଣାଇବା ନେଇ ନୋଟିସ ପ୍ରଦାନ କରାଯାଇଛି । ହେଲେ ଅଭିଯୁକ୍ତ ବିରୋଧ ରେ କଟକ ଯିବା କୁ ମାଆ ଦ୍ରୋପଦି ଅସହାୟ ବୋଲି ପ୍ରକାଶ କରିଛନ୍ତି ।